• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଉମରକୋଟ: ଜଣେ ନବବଧୂ ସାମାନ୍ୟ ଛିଙ୍କିବାରୁ କରୋନା ସନ୍ଦେହରେ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ପାଦରୁ ଅଳତା ନ ଲିଭିନଥିଲା କିନ୍ତୁ ଅତ୍ୟାଚାରର ସୀମା ଟପିଯାଇଥିଲା। ଅଭିଯୋଗ ଅନୁସାରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। 

ଘଟଣାରୁପ୍ରକାଶ, ଗତ ୨ ତାରିଖରେ ୟୁଭି-୩ ମୁର୍ତ୍ତୁମା ଗାଁର ଆରାଧନା ସର୍କାରଙ୍କ ଝିଅ ପୂଜା ଉମରକୋଟ ସହର ସନ୍ତୋଷୀନଗର ଯୁବରାଜ ଓକିଲଙ୍କ ପୁଅ ଜୟନ୍ତଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ ହୋଇଥିଲା।

ବିବାହ ସମୟରେ ଦାବି ମୁତାବକ ନଗଦ ଅଢ଼େଇ ଲକ୍ଷ ଟଙ୍କା, ଗୋଟିଏ ବାଇକ, ୫ ଲକ୍ଷ ଟଙ୍କାର ସୁନା ଓ ଅନ୍ୟାନ୍ୟ ଆସବାବପତ୍ର ଦିଆଯାଇଥିଲା। ମାତ୍ର ଏଥିରେ ସନ୍ତୁଷ୍ଟ ନଥିଲେ ଜୟନ୍ତଙ୍କ ପରିବାର।

ଆଉ ୨ ଲକ୍ଷ ଟଙ୍କା ଆଣିବା ପାଇଁ ପୂଜାଙ୍କୁ କହିଥିଲେ। ପୂଜା ଏଥିରେ ରାଜି ହୋଇନଥିଲେ। ଯେଉଁଥିପାଇଁ ତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ମାନସିକ ଓ ଶାରୀରିକ ନିର୍ଯାତନା। ବାରମ୍ୱାର ନିର୍ଯାତନା ଦିଆଯାଉଥିବା ପୂଜା ଅସୁସ୍ଥ ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ ଥଣ୍ଡା ଓ ଛିଙ୍କ ହୋଇଥିଲା।

ଏହା ଦେଖି ତାଙ୍କୁ ‘କରୋନା’ ହୋଇଥିବା ସନ୍ଦେହ କରିଥିଲେ ପରିବାର ଲୋକ। ସେଥିପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଏକ ଘରିଆ କରିଦେଇଥିଲେ। ତଳେ ଶୋଇବାକୁ ଦେବା ସହିତ ଏକୁଟିଆ ଖାଇବାକୁ ଦେଉଥିଲେ। ଏପରିକି ତାଙ୍କୁ ମାରିଦେବାକୁ ଯୋଜନା ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା।

ଏକଥା ପୂଜା ଜାଣିପାରି ସେମାନଙ୍କୁ ୫ ଲକ୍ଷ ଟଙ୍କାର ଲୋଭ ଦେଖାଇଥିଲେ। ଆଉ ଲୋଭରେ ବଶବର୍ତ୍ତୀ ହୋଇ ଶ୍ୱଶୁରଘର ଲୋକ ତାଙ୍କୁ ଟଙ୍କା ଆଣିବାକୁ ବାପଘରକୁ ପଠାଇଥିଲେ।

ପୂଜା ଏନେଇ ବାପଙ୍କୁ କହିବା ସହିତ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ସ୍ୱାମୀ ଜୟନ୍ତ ଓ ଶ୍ୱଶୁର ଯୁବରାଜଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

A-newly-bridal-harassed-for-corona
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories