• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: କାଳିଆ ଯୋଜନା ପାଇଁ ପାଣ୍ଠିକୁ ନେଇ ବିବାଦ ଦେଖା ଦେଇଛି। କଣ୍ଟିନ୍‌ଜେନ୍ସି ଫଣ୍ଡ ବା ଆପଦକାଳୀନ ପାଣ୍ଠିରୁ ଟଙ୍କା ଦିଆଯିବାକୁ ନେଇ ଉଠିଛି ପ୍ରଶ୍ନ। ଆପଦକାଳୀନ ପାଣ୍ଠିରୁ ପ୍ରାୟ ୭୩୫ କୋଟି ଏହି ଯୋଜନାରେ ଖର୍ଚ୍ଚ ହେବ। ଏନେଇ ଅର୍ଥ ବିଭାଗ ମଞ୍ଜୁରୀ ଦେଇଛି।

ଗତକାଲି ଜାତୀୟ ଗଣମାଧ୍ୟମରେ ନବୀନ ସରକାରର ଏ ଆଭିମୁଖ୍ୟକୁ ସମାଲୋଚନା କରି ଖବର ପ୍ରସାରିତ ହୋଇଥିଲା। ଆପଦକାଳୀନ ପାଣ୍ଠି ଅର୍ଥକୁ ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବ୍ୟବହାର କରାଯାଇଥାଏ।

ଏହି ପାଣ୍ଠିକୁ ନିର୍ବାନ ବେଳେ ଭୋଟ୍ ଗୋଟାଇବାକୁ କାଳିଆ ଯୋଜନାରେ ବ୍ୟବହାରକୁ କରାଯାଉଥିବା କହି ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହାକୁ ସମ୍ବିଧାନ ବିରୋଧୀ କହିଥିବା ବେଳେ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଏହା ନିର୍ବାଚନୀ ଚାଲ୍ ବୋଲି କହିଛି। ବିଜେଡି ଏହାର ଜବାବ ରଖିଛି। ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ରାଜ୍ୟ ସରକାର ତାଙ୍କ ଅର୍ଥରୁ ଦେଉଛନ୍ତି, କେଉଁଥିରେ ଖର୍ଚ୍ଚ ହଉଛି, କ’ଣ ହେଉଛି ତାଙ୍କୁ କ’ଣ ଆବଶ୍ୟକତା ବୋଲି ପ୍ରଶ୍ନ କରିଛନ୍ତି ପାତ୍ର।

ଅନ୍ୟପଟେ ନିର୍ବାନ ପୂର୍ବରୁ କାଳିଆ ଯୋଜନାର କାର୍ଯ୍ୟକାରିତା ପାଇଁ ଦେଖାଦେଇଛି ସରକାରୀ ତତ୍ପରତା। ଗତ ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟ ଆବେଦନ ସରିବା ପରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

ଜାନୁଆରୀ ୨୫ ତାରିଖରେ ଚାଷୀମାନଙ୍କୁ କାଳିଆ ଯୋଜନାରେ ଅର୍ଥ ବଣ୍ଟାଯିବ। ସେହିଦିନ ପୁରୀ ମାଳତୀ ପାଟପୁରଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ। ଏହି ସମାବେଶରେ ପ୍ରାୟ ୧ଲକ୍ଷ ଚାଷୀ ଯୋଗଦେବାର ସମ୍ଭାବନା ରହିଛି। ଠିକ୍ ସେହିଦିନ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଭୁବନେଶ୍ୱର ସମାବେଶ ଦୃଷ୍ଟିରୁ କାଉଣ୍ଟର ପାଇଁ ପୁରୀ କାର୍ଯ୍ୟକ୍ରମର ଆୟୋଜନ ବୋଲି ଚର୍ଚ୍ଚା ହେଉଛି। ତେବେ କଂଗ୍ରେସ କହିଛି, ନବୀନ କପି ମାଷ୍ଟର। କେନ୍ଦ୍ରରୁ ଯିଏ ଆସିଲେ ବି ସେହିଦିନ ନବୀନ କାର୍ଯ୍ୟକ୍ରମ କରି ଧ୍ୟାନ ହଟାଇାବାକୁ ଚେଷ୍ଟା କରୁଛନ୍ତି।

ନିର୍ବାଚନୀ ଋତୁରେ ସରକାର ଯୋଜନା ପରେ ଯୋଜନା ଭେଟି ଦେଉଛନ୍ତି। ହେଲେ ଆପାତକାଳୀନ ପାଣ୍ଠିରୁ ଏଥିପାଇଁ ଟଙ୍କା ଖର୍ଚ୍ଚ କଲେ ବନ୍ୟାବାତ୍ୟା ବେଳେ ସରକାର ଲୋକଙ୍କୁ କିଭଳି ସହାୟତା ଦେବେ, ସେ ନେଇ ଠିଆ ହୋଇଛି ବଡ଼ ପ୍ରଶ୍ନ।

A-national-news-channel-covers-that-misusing-of-contingency-fund-by-odisha-govt
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories