ବୋଲେରୋକୁ ଧକ୍କା ଦେବା ପରେ ଜଳିଗଲା କଣ୍ଟେନର

ଭଦ୍ରକ: ବୋଲେରୋକୁ ଧକ୍କା ଦେବା ପରେ ରାସ୍ତା ଉପରେ ଜଳିଗଲା କଣ୍ଟେନର। ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକରେ କଣ୍ଟେନରଟି ଜଳି ଯାଇଥିଲା। ଏଥିରେ କଣ୍ଟେନରର ଡ୍ରାଇଭର ଓ ବୋଲେରୋରେ ଥିବା ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି।

କଣ୍ଟେନରରେ ଫ୍ଲିପ୍‌କାର୍ଟ ସାମଗ୍ରୀ ପାର୍ସଲ ଥିଲା ଓ ଏହା ମୁମ୍ବାଇରୁ କୋଲକାତା ଯାଉଥିଲା। ତେବେ ଡାହାଣୀଗଡ଼ିଆ ଛକରେ ବୋଲେରୋକୁ ଧକ୍କା ଦେବା ପରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

You might also like