ଦୁଇ ମାସ ଧରି ଉତ୍ପାତ ମଚାଇଥିବା ହନୁକୁ କାବୁ କଲା ବନ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଗିରିଙ୍ଗାପୁଟରେ ୨ ମାସ ଧରି ଉତ୍ପାତ ମଚାଇଥିବା ହନୁ ମାଙ୍କଡ଼କୁ ଶେଷରେ କାବୁ କରିଛି ବନ ବିଭାଗ।

ଚନ୍ଦକା ବନ ବିଭାଗ ଟିମ୍ ପହଞ୍ଚି ମାଙ୍କଡ଼କୁ ଧରିବା ଲାଗି ଉଦ୍ୟମ କରିଥିଲା। ବହୁ ଉଦ୍ୟମ ପରେ ହନୁ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରାଯାଇଛି।

ଗତକାଲି ଏହି ହନୁ ମାଙ୍କଡ଼ର ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ୨ ମାସ ଭିତରେ ଏହି ହନୁ ମାଙ୍କଡ଼ର ଆକ୍ରମଣରେ ଏହି ଅଞ୍ଚଳର ୩୦ରୁ ଅଧିକ ଆହତ ହୋଇଛନ୍ତି।

ତେବେ ଉତ୍ପାତ ମଚାଇଥିବା ଏହି ହନୁ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି ବନ ବିଭାଗ।

You might also like