ନୟାଗଡ଼: ଘଞ୍ଚ ଜଙ୍ଗଲ ଭିତରେ ଠାବ ହୋଇଛି ଏକ ଅଲୌକିକ ଗୁମ୍ଫା। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ବଧିପାଟଣା ଗାଁ ନିକଟ ଜଙ୍ଗଲ ଭିତରେ ରହିଛି ଏହି ଗୁମ୍ଫା।
ଏହି ପ୍ରାଚୀନ ଗୁମ୍ଫା ଭିତରେ ୪ ବଖରା ଘର ସହ ଏକ କୂପ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ଖବର ପ୍ରଚାରିତ ହେବା ପରେ ଏହି ଗୁମ୍ଫା ନିକଟରେ ଲୋକଙ୍କ ଭିଡ଼ ଜମି ଥିଲା।
ସବୁଠୁ ଆଶ୍ଚର୍ଯ୍ୟକର କଥା, ରାତି ହେଲେ ଏହି ଗୁମ୍ଫା ଭିତରୁ ସଂକୀର୍ତ୍ତନ ଧ୍ୱନି ଶୁଣା ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି।
କିଏ ଏହି ଅଲୌକିକ ଗୁମ୍ଫାରେ ରହୁଛନ୍ତି ? ରାତି ହେଲେ କାହିଁକି ଏମିତି ଶବ୍ଦ ଶୁଣିବାକୁ ମିଳୁଛି ? ଏସବୁ ଖାଲି ଏବେ ରହସ୍ୟ ଘେରରେ ନୁହେଁ ବରଂ ଏହାକୁ ଅଲୌକିକ ଗୁମ୍ଫା ବୋଲି ଲୋକମାନେ କହିଛନ୍ତି।