• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ତେଲକୋଇ: ଅପହୃତ ନାବାଳିକାଙ୍କୁ ଉଦ୍ଧାର କଲା ପୁଲିସ୍‌। ଛତିଶଗଡ଼ରୁ ଅପହୃତ ଜଣେ ନାବାଳିକାଙ୍କୁ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଜନସନପୁରରୁ ଉଦ୍ଧାର କରାଯାଇଛି। ବିଭିନ୍ନ ସ୍ଥାନରେ ଉକ୍ତ ନାବାଳିକାଙ୍କୁ ରଖାଯାଇ ଶାରୀରିକ ନିର୍ଯାତନା ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ଜଣେ ଯୁବକଙ୍କୁ ଅଟକ ରଖିଛି। ଉତ୍ତରପ୍ରଦେଶ ବଲିୟା ଜିଲ୍ଲାରେ ଯୁବକଙ୍କ ଘର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଯୁବକ ଜଣକ ଛତିଶଗଡ଼ ରାୟପୁରରେ ଟ୍ରକ୍‌ ଚଳାନ୍ତି। ଟ୍ରକ୍‌ ଚଳାଉଥିବା ସମୟରେ ରାୟପୁରର ଅନ୍ୟ ଜଣେ ଡ୍ରାଇଭରଙ୍କ ସହ ତାଙ୍କର ଭଲ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ଯୁବକ ଜଣକ ସେହି ଡ୍ରାଇଭରଙ୍କ ଘରକୁ ଯିବା ଆସିବା ମଧ୍ୟ କରୁଥିଲେ।

ଗତ ନଭେମ୍ବର ୮ ତାରିଖରେ ଉକ୍ତ ଯୁବକ ଜଣଙ୍କ ଡ୍ରାଇଭରଙ୍କ ନାବାଳିକା ଭଉଣୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ସେ ନାବାଳିକାଙ୍କୁ ଅପହରଣ କରି ଛତିଶଗଡ଼ରୁ ଓଡ଼ିଶା ପଳାଇ ଆସିଥିଲେ ବୋଲି ଜଣାପଡ଼ିଛି। ଯୁବକ ଜଣକ ନାବାଳିକାଙ୍କୁ ବିଭିନ୍ନ ସ୍ଥାନରେ ରଖି ଶାରୀରିକ ନିର୍ଯାତନା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ବେଳେ ନାବାଳିକାଙ୍କୁ ଧମକ ଦେଉଥିଲେ ବୋଲି ମଧ୍ୟ ଜଣାପଡ଼ିଛି।

ଅନ୍ୟପଟେ, ପୁଲିସ୍‌ ନାବାଳିକାଙ୍କୁ ଉଦ୍ଧାର କରିବା ସହ ତାଙ୍କୁ କେନ୍ଦୁଝର ଜିଲ୍ଲା ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଛି।

A-minor-girl-rescue-from-telkoi-who-kidnapped-from-chhattisgarh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories