ପିଲାଙ୍କୁ ଏକୁଟିଆ ଛାଡୁଥିଲେ ସାବଧାନ୍‌; ଭୁବନେଶ୍ୱରରେ ବୁଲୁଛନ୍ତି ଯୌନ ପିପାସୁ!

ଭୁବନେଶ୍ୱର: ଛୋଟ ଛୋଟ ପିଲାଙ୍କୁ ଏକୁଟିଆ ସ୍କୁଲ କିମ୍ବା ଟ୍ୟୁସନ୍‌ ଛାଡୁଥିଲେ ସାବଧାନ ରୁହନ୍ତୁ। କାରଣ ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ବୁଲୁଥିବା ଯୌନ ପିପାସୁଙ୍କ ହାବୁଡରେ ପଡ଼ିପାରନ୍ତି ଆପଣଙ୍କ ପିଲା।

୨୧ ତାରିଖ ଦିନ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ଯାହାକି ନାବାଳିକାଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ନାବାଳିକା ଶବର ସାହି ଲେନ୍ ଦେଇ ସାଇକେଲରେ ଟ୍ୟୁସନ୍‌ ଯାଉଥିବା ବେଳେ ଜଣେ ବ୍ୟକ୍ତି ଏକ ଦୁଇ ଚକିଆ ଯାନରେ ଆସି ତାଙ୍କୁ ଅଟକାଇବା ସହ ଯୌନ ନିର୍ଯାତନା ଦେଇଥିବା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି।

ଏହି ପୁରା ଘଟଣା ସିସିଟିଭିରେ କଏଦ୍ ହୋଇଛି। ସିସିଟିଭିରେ କଏଦ ହୋଇଥିବା ଫୁଟେଜ୍‌ରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ଏକ ଦୁଇ ଚକିଆ ଯାନରେ ବହୁ ସମୟ ଧରି ଜଣେ ନାବାଳିକାଙ୍କ ପିଛା କରୁଛି। ପରେ ଝିଅଟି ଏକ ନିଛାଟିଆ ସ୍ଥାନରେ ପହଞ୍ଚିବା ମାତ୍ରେ ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ଆଡକୁ ଗାଡ଼ିକୁ ମଡାଇ ନେବା ସହ ଅଟକାଇବାକୁ ବାଧ୍ୟ କରୁଛି। ତା’ପରେ ବିଚ୍ ରାସ୍ତାରେ ତାଙ୍କ ପ୍ରତି ଅସଦାଚରଣ କରୁଛି। ନାବାଳିକାଟି ଚିତ୍କାର କରିବା ପରେ ବ୍ୟକ୍ତି ଜଣଙ୍କ ସେଠାରୁ ତୁରନ୍ତ ପଳାଉଛି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ବ୍ୟକ୍ତି ଜଣଙ୍କ କିଏ? ଯେଭଳି ଢଙ୍ଗରେ ଉକ୍ତ ବ୍ୟକ୍ତି ଜଣକ ସେ ଝିଅଟିକୁ ଅସଦାଚରଣ କରୁଛି। ସେଥିରୁ ଜଣାପଡୁଛି ଯେ ସେ ଜଣେ ଅଭ୍ୟାସଗତ ଅପରାଧୀ ବୋଲି।  ଆଶ୍ଚର୍ଯ୍ୟର କଥା, ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍‌ ଏଯାଏ ଅଭିଯୁକ୍ତର ସୁରାକ୍ ପାଇନାହିଁ। ସିସିଟିଭି ଫୁଟେଜ୍‌ରୁ ଗାଡ଼ିର ନମ୍ବର ପ୍ଲେଟ୍ ବି ଦେଖାଯାଉଛି। ଏହାସତ୍ତ୍ୱେ
ଅଭିଯୁକ୍ତ ପାଖରେ କାହିଁକି ପହଞ୍ଚି ପାରୁନି ପୁଲିସ୍‌? ଘଟଣାକୁ ନେଇ ପୁଲିସ୍‌ କୌଣସି ଚାପରେ ଅଛି କି? ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ କରୁ ନ ଥିବା ନାବାଳିକାର ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

କେବଳ ଏହି ଗୋଟିଏ ଘଟଣା ନୁହେଁ ରାଜଧାନୀରେ ଦିନକୁ ଦିନ ଦୁଷ୍କର୍ମ, ଅସଦାଚରଣ, ଛିନ୍‌ତାଇ ଓ ଲୁଟ୍ ଭଳି ଘଟଣା ବଢ଼ିବାରେ ଲାଗିଛି।  ନିକଟରେ ପୁଲିସ୍‌ ଦୁଇ ଦୁଇ ଥର ଏନ୍‌କାଉଣ୍ଟର କରି ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି। ମାତ୍ର ଅପରାଧ କମିବାରେ ନା ନେଉନି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like