ଶ୍ରୀମନ୍ଦିର ଭିତରେ ନାବାଳିକାକୁ ଅସଦାଚରଣ ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ କାଲିର ଅବ୍ୟବସ୍ଥା ପରେ ଆଜି ମନ୍ଦିର ଭିତରେ ନାବାଳିକାକୁ ଅସଦାଚରଣ ଅଭିଯୋଗ ହୋଇଛି। ବାହାରକାଠ ନିକଟରେ ଜଣେ ପୁଲିସ୍ କର୍ମଚାରୀ ଅସଦାଚରଣ କରିଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ନାବାଳିକା ଜଣକ ତାଙ୍କ ବାପା ଓ ମାଆଙ୍କ ସହ ଦର୍ଶନ କରୁଥିବା ବେଳେ ଅସଦାଚରଣର ଶିକାର ହୋଇଛି।  ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ପହଞ୍ଚିଛନ୍ତି ନାବାଳିକା। କାଲି ନୀତିକାନ୍ତି ବନ୍ଦ ନେଇ ଚର୍ଚ୍ଚାରେ ରହିଥିଲା ଶ୍ରୀମନ୍ଦିର। ଆଉ ଆଜି ଘଟିଛି ଏଭଳି ଘଟଣା।

You might also like