ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ଲାଗି ପ୍ରୟାସ : ଆନନ୍ଦପୁର ଉପଖଣ୍ଡ ମୁଗୁପୁର ଅଞ୍ଚଳରେ ଗଣିତ ହାଟ

ଓଜନ ମାପ ସହ ଟଙ୍କା ପଇସାର ହିସାବ ରଖୁଛନ୍ତି ଛାତ୍ରଛାତ୍ରୀ

ଆନନ୍ଦପୁର(ଲୋକନାଥ ସିଂହ) : ମହାମାରୀ କରୋନା ଯୋଗୁଁ ସମ୍ପୂର୍ଣ୍ଣ ବିଶ୍ୱ ଏକ ପ୍ରକାର ଠପ୍ ହୋଇ ଯାଇଥିବା ବେଳେ ଅଧିକ ପ୍ରଭାବିତ ହୋଇଛନ୍ତି ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ । ତେବେ ଏପରି ସମୟରେ ସେମାନଙ୍କର ଗୁଣାତ୍ମକ ବିକାଶ ନିମନ୍ତେ ଏକ ନିଆରା ପ୍ରୟାସ କରିଛି ଏକ ବେସରକାରୀ ସଂସ୍ଥା । ପିଲାଙ୍କ ଗୁଣାତ୍ମକ ବିକାଶ ଲାଗି ଆୟୋଜିତ କରିଛି ସାପ୍ତାହିତ ଗଣିତ ହାଟ ।

ଭଳି କି ଭଳ ସଜ ପରିବା ସହ ଚାଲିଛି ସପ୍ତାହିକ ହାଟ, ହେଲେ କିନ୍ତୁ ଏଠି ବେପାରୀ ସାଜିଛନ୍ତି କୁନି କୁନି ଛାତ୍ରଛାତ୍ରୀ  । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମୁଗୁପୁର ଗାଁର ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଲକଡାଉନରେ ସ୍କୁଲ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କ ଗଣିତ ଉପରେ ଜ୍ଞାନ ଦେବାଲାଗି ଏଭଳି ଗଣିତ ହାଟର ଆୟୋଜନ କରାଯାଇଛି ।

ପ୍ରତ୍ୟେକ ସପ୍ତାହ ର ର୍ନିଦ୍ଦିଷ୍ଟ ଦିନରେ ୨୦ରୁ ୩୦ ଛାତ୍ରଛାତ୍ରୀଙ୍କୁ ନେଇ ଏଭଳି ଗଣିତ ହାଟର ଆୟୋଜନ ହୋଇଆସୁଛି । ଏହା ଦ୍ୱାରା ଛାତ୍ରଛାତ୍ରୀ ଓଜନ ମାପ ଠାରୁ ଆରମ୍ଭ କରି ଟଙ୍କା ପଇସାର ହିସାବ ଜାଣିପାରୁଥିବା କହିଛନ୍ତି ଗ୍ରାହକ ମାନେ ଛାତ୍ରଛାତ୍ରୀଙ୍କ ବ୍ୟବହାରରେ ଖୁସି ପ୍ରକାଶ କରିବା ସହ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ବର୍ତ୍ତମାନ ସମାଜ ସ୍ଥିତି ବଦଳି ଯାଇଥିବା ବେଳେ କେବଳ ବହି ଖାତାର ପାଠ ଛାଡି ଅନ୍ୟାନ୍ୟ ବିଷୟରେ ଶିକ୍ଷା ଲାଭ କଲେ ଭବିଷ୍ୟତରେ ବେକାରୀ ସମସ୍ୟା ନିଶ୍ଚିତ ଭାବରେ କମି ପାରିବ ।

You might also like