ବିବାହ ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ୍, ଫେରିଗଲା କନ୍ୟା

କଟକ: ବିବାହ ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ୍‌। ଶେଷରେ ବାହାଘର ପାଇଁ ହୋଟେଲରେ ଅପେକ୍ଷା କରିଥିବା କନ୍ୟା ଫେରି ଯାଇଥିଲା। କଟକରେ ଏଭଳି କିଛି ଘଟଣା ଘଟିଛି।

କଟକ ନୟାସଡ଼କ ସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା IIFLରୁ କୋଟି କୋଟି ଟଙ୍କାର ସୁନା ଲୁଟ୍ ଲିଙ୍କ୍‌ରେ ଜଣେ ଯୁବକଙ୍କୁ ପୋଲିସ୍‌ ଉଠାଇ ନେଇଛି। ଯୁବକ ଜଣକ ଅନ୍ୟ ଏକ ସ୍ୱର୍ଣ୍ଣ ଋଣ ପ୍ରଦାନକାରୀ ସଂସ୍ଥାର ମ୍ୟାନେଜର ବୋଲି ଜଣାପଡ଼ିଛି। ଗତକାଲି ତାଙ୍କର ବିବାହ ଥିଲା। ହେଲେ ବିବାହ ପୂର୍ବରୁ ପୋଲିସ୍‌ ତାଙ୍କୁ ଉଠାଇ ନେଇଥିଲା।

ଅଟକ ମ୍ୟାନେଜରଙ୍କ ନିକଟରୁ ବିପୁଳ ପରିମାଣର ଲୁଟ୍ ସୁନା ଜବତ ହୋଇଛି। ଏହାସହ ଅଟକ ମ୍ୟାନେଜରଙ୍କୁ ମାରାଥନ ଜେରା ଚାଲିଥିବା DCP ସୂଚନା ଦେଇଛନ୍ତି।

ବିବାହ ପାଇଁ ବର ବିବାହ ସ୍ଥଳରେ ନ ପହଞ୍ଚିବାରୁ ବିବାହ ପାଇଁ ହୋଟେଲରେ ଅପେକ୍ଷା କରିଥିବା କନ୍ୟା ଫେରି ଯାଇଥିବା ଜଣାପଡ଼ିଛି।

ପଢ଼ନ୍ତୁ: IIFL ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ୍‌ ଲେଡି ଅଫିସର !

You might also like