ଚତୁର୍ଥ ଶ୍ରେଣୀ ପଢ଼ିଥିବା ବ୍ୟକ୍ତି ଚାଷ ପାଇଁ ତିଆରି କଲେ ମଟର ଚାଳିତ ଯନ୍ତ୍ର

ଗୁଣୁପୁର ( ଇନ୍ଦ୍ରଜିତ୍ କୁମାର ପଣ୍ଡା) : ଅଲୋଡା ସାମଗ୍ରୀକୁ ନେଇ ନୂଆ ଉଦ୍‌ଭାବନ। ନିଜସ୍ୱ ବୁଦ୍ଧି ଓ ଜ୍ଞାନ କୌଶଳରେ ରାୟଗଡ଼ା ଜିଲ୍ଲାର ଏକ ଛୋଟ ଗାଁର ଜଣେ ବ୍ୟକ୍ତି ତିଆରି କରିଛନ୍ତି କିଛି ଏଭଳି ଯନ୍ତ୍ର, ଯାହାକି ଚାଷୀଙ୍କ ମହଲରେ ନୂଆ ଆଶା ସଂଚାର କରିଛି।

ପୁରୁଣା ସ୍କୁଟରର ତେଲ ଟାଙ୍କି, ମୋଟର,ହେଣ୍ଡେଲ୍ ଏବଂ ଅବ୍ୟବହୃତ ସାମଗ୍ରୀକୁ ନେଇ ତିଆରି ହୋଇଛି ଏହି ଯନ୍ତ୍ର। ଦେଖିବାକୁ ଛୋଟ ହୋଇଥିଲେବି ପାୱର ଟିଲର୍ ଭଳି  ଏଥିରେ ଏକର ଏକର ଜମିରେ ହଳ କରିହେଉଛି। ଏହାକୁ ତିଆରି କରିଛନ୍ତି ମାତ୍ର ଚତୁର୍ଥ ଶ୍ରେଣୀ ଯାଏଁ ପଢିଥିବା ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ୍ ଗୁଡିଆବନ୍ଧ ଗାଁର ଉଦୟ ଶବର।

ଏହି ଯନ୍ତ୍ରଟି ତିଆରି କରିବା ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୭ ହଜାର ଟଙ୍କା। ତେବେ ଏହାର ବିଶେଷତ୍ୱ ହେଉଛି ଏହି ଯନ୍ତ୍ରଟି ୧ ଲିଟର ପେଟ୍ରୋଲରେ ପ୍ରାୟ ଅଧ ଏକର ଜମି ଚାଷ କରିପାରୁଛି।

ଦିନକୁ ଦିନ ପେଟ୍ରୋଲ ଓ ଡିଜେଲର ଦରଦାମ ବୃଦ୍ଧି ପାଉଥିବାବେଳେ କମ୍ ଖର୍ଚ୍ଚରେ ଅଧିକ ଜମିରେ ହଳ ହୋଇପାରୁଥିବାରୁ ଏନେଇ ଚାଷୀ ମହଲରେ ନୂଆ ଆଶା ସଂଚାର ହୋଇଛି।

 ଉଦୟ ଏବେ ଚାଷ ସହ ଛୋଟିଆ ଗ୍ୟାରେଜ କରି ନିଜର ଗୁଜରାଣ ମେଣ୍ଟାଉଛନ୍ତି। ସେପଟେ ଉଦୟଙ୍କର ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଛନ୍ତି ସହକାରୀ କୃଷି ଅଧିକାରୀ ।

ଆହୁରି ପଢ଼ନ୍ତୁ

ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

You might also like