୧୭ ବର୍ଷ ଧରି ଗୁମ୍ଫାରେ କଟୁଛି ଜୀବନ
ଗଞ୍ଜାମ: ୧୭ ବର୍ଷ ଧରି ଗୁମ୍ଫାରେ କଟୁଛି ଜୀବନ। ଏକାକୀ ଭଗବାନ ଭରସାରେ ରହୁଛନ୍ତି ଜଣେ ବ୍ୟକ୍ତି। ଯେଉଁ ସମୟରେ ବିନା ବିଦ୍ୟୁତ୍ ବିନା କୌଣସି ଆନୁସଙ୍ଗିକ ସୁବିଧାରେ ବଞ୍ଚିବା କଷ୍ଟକର ସେହି ସମୟରେ ଗୁମ୍ଫାରେ ରହୁଛନ୍ତି ବାବାଜୀ।
ଗଞ୍ଜାମ ଜଗନ୍ନାଥପ୍ରସାଦ କୋକଳବା ଗାଁ ନିକଟରେ ରହିଛି ଏକ ପାହାଡ଼। ଏହି ପାହାଡ଼ ଭିତରେ ୧୦ରୁ ଅଧିକ ଗୁମ୍ଫା ରହିଛି। ବିନା ବିଦ୍ୟୁତ୍ ଏବଂ ବିନା କୌଣସି ଆନୁସଙ୍ଗିକ ସୁବିଧା ସୁଯୋଗରେ ଗୁମ୍ଫାରେ ରହୁଛନ୍ତି ବାବାଜୀ।
ଏହି ଗୁମ୍ଫା ଭିତରେ ରହିଛି ଏକାଧିକ ଛୋଟ ଛୋଟ ମନ୍ଦିର। ଲୋକକଥା ଅନୁସାରେ ଘୁମୁସରରେ ଭଞ୍ଜ ରାଜାଙ୍କ ରାଜୁତି ସମୟରେ ଏଠାରେ ଠାକୁରଙ୍କ ଗୁପ୍ତ ସାଧନା କରାଯାଉଥିଲା। ଠାକୁରଙ୍କୁ ପୂଜାକରାଯିବା ସହ ଶତ୍ରୁଙ୍କଠାରୁ ବର୍ତ୍ତିବା ପାଇଁ ଏହି ଗୁମ୍ଫାକୁ ବ୍ୟବହାର କରାଯାଉଥିଲା।
ପାହାଡ଼ ସମ୍ପର୍କରେ ଜଣାପଡ଼ିବା ପରେ ଏବେ ସେହି ଅଞ୍ଚଳକୁ ବହୁ ସଂଖ୍ୟାରେ ଲୋକେ ପହଞ୍ଚୁଛନ୍ତି। ବାବାଜୀଙ୍କୁ ଦର୍ଶନ କରିବା ସହ ପାହାଡ଼ରେ ଥିବା ଗୁମ୍ଫା ସେମାନଙ୍କ କୌତୁହଳକୁ ବଢ଼ାଇଛି।