ମହାତ୍ମାଗାନ୍ଧିଙ୍କ ବେଶରେ ବାଣ୍ଟୁଛନ୍ତି ଶାନ୍ତି ବାର୍ତ୍ତା

ବାଲେଶ୍ୱର: ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ  ହିଂସା ଛାଡ଼ି ସେ ଶାନ୍ତିର ବାର୍ତ୍ତା ଦେଇଥିଲେ। ଏବେ କିନ୍ତୁ ଚାରିଆଡ଼େ ହିଂସା ଲାଗି ଅନେକ ଅଘଟଣ ଘଟୁଛି। ଏହାକୁ ପରିହାର କରି ଅହିଂସା ମାର୍ଗକୁ ଆସିବାର ବାର୍ତ୍ତା ଦେବାକୁ ଆଗେଇ ଆସିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଦେବକୁମାର ଗାଁର ଅଶୋକ କୁମାର ଜେନା। ନିଜକୁ ମହାତ୍ମାଙ୍କ ବେଶରେ ସଜେଇ ଶାନ୍ତିର ବାର୍ତ୍ତା ପ୍ରଚାର କରିବାରରେ ଲାଗିଛନ୍ତି ସେ।

ଗାନ୍ଧିଙ୍କ ପଥ ଅନୁସରଣ କରି ଲୋକଙ୍କ ମନରେ ଅହିଂସାର ବାର୍ତ୍ତା ଦେବାକୁ ସେ ଗାଁରୁ ବାହାରିଛନ୍ତି। ନିଜକୁ ମାହାତ୍ମାଗାନ୍ଧି ବେଶରେ ସଜେଇ ଜନଗହଳିପୂର୍ଣ୍ଣ ଜାଗାରେ ପ୍ରଚାର କରୁଛନ୍ତି ଶାନ୍ତିର ବାର୍ତ୍ତା।

ବାଲେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ସେ ଅଶୋକ ଜେନା ବୋଲି ଅନେକ ଲୋକ ତାଙ୍କୁ ଜାଣି ପାରିନଥିଲେ। ସେ ଘଣ୍ଟା ଘଣ୍ଟା ଧରି ମୂର୍ତ୍ତି ପରି ଛିଡ଼ା ହୋଇ ମଝିରେ ମଝିରେ ଗାନ୍ଧିଜୀଙ୍କ ବାଣୀ ଶୁଣାଉଥିଲେ।

ଅଶୋକ ଜେନା ରଙ୍ଗମିସ୍ତ୍ରୀ ଭାବେ କାମ କରନ୍ତି। ହେଲେ ଏବେ ସମାଜରେ ଘଟୁଥିବା ହିଂସା ଯୋଗୁ ଲୋକଙ୍କୁ ଅହିଂସାର ମାର୍ଗକୁ ଆଣିବା ଲାଗି ଏକ ମହତ ଉଦ୍ଦେଶ୍ୟରେ ସେ ବାହାରିଛନ୍ତି।  ତାଙ୍କୁ ଦେଖି କିଏ ତାଙ୍କ ସହ ଫଟୋ ଉଠାଉଛି ତ ଆଉ କିଏ ସେଲ୍‌ଫି ନେଉଛି।

You might also like