କରୋନା ସମ୍ପର୍କରେ ମିଛ ଖବର ପ୍ରଚାର କରି ବନ୍ଧା ହେଲେ
ବ୍ରହ୍ମପୁର: କରୋନା ସମ୍ପର୍କରେ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଗଞ୍ଜାମ ଛତ୍ରପୁର ପୁଲିସ ଜଣଙ୍କୁ ଗିରଫ କରିଛି।
ଗିରଫ ବ୍ୟକ୍ତି ହେଲେ ବଡ଼ ଆର୍ଯ୍ୟପଲି ଗାଁର ସି.ଆର୍ଯ୍ୟ। ଏନେଇ ଗଞ୍ଜାମ ଏସପିଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ କରି ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ଛତ୍ରପୁର ଅଞ୍ଚଳରେ ଜଣେ ଵ୍ୟକ୍ତି କରୋନାରେ ଆକ୍ରାନ୍ତ ନେଇ ଗିରଫ ଅଭିଯୁକ୍ତ ଜଣଙ୍କ whatsapp ରେ ମିଛ ଖବର ପ୍ରଚାର କରିଥିଲେ।
Chatrapur Police arrested one Ch. Areya of Bada Arjyapali who was spreading fake news about Coronavirus on Whatsapp.The accused person had shared a fake Msg on whatsapp that one person of Chatrapur area has been affected coronavirus.Don’t spread rumors.@DGPOdisha @odisha_police pic.twitter.com/aEFp0tLyxd
— SP GANJAM (@sp_ganjam) March 23, 2020
କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟରେ ମୋଟ ୧୪ଟି ଜିଲ୍ଲାକୁ ଲକ ଡାଉନ ଘୋଷଣା କରାଯାଇଛି। ଗତ ୨୨ତାରିଖରୁ ୫ଟି ଜିଲ୍ଲାକୁ ଲକ୍ ଡାଉନ ଘୋଷଣା କରାଯାଇଥିଲା ବେଳେ ଆଜିଠୁ ଆଉ ୯ ଜିଲ୍ଲାରେ ଲକ୍ଡାଉନ ଲାଗୁ ହୋଇଛି । ଏହି ଜିଲ୍ଲା ଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର , ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା।