ରୋଡ୍‌ ରୋମିଓକୁ ପିଟିଲେ ମହିଳା

ବାରିପଦା: ରୋଡ୍ ରୋମିଓକୁ ପାନେ। ବିଚ୍‌ ରାସ୍ତାରେ ରୋଡ୍‌ ରୋମିଓକୁ ପିଟିଲେ ମହିଳା। ବାରିପଦା ଗାନ୍ଧି ପାର୍କ ଅଞ୍ଚଳରେ ଏହି ଘଟଣା ଘଟିଛି।

ଅଭିଯୋଗ ଅନୁସାରେ, ମହିଳା ଜଣକ ନିଜ ପିଲାଙ୍କ ସହ ବୁଲୁଥିବା ବେଳେ ୪ଜଣ ଯୁବକ ତାଙ୍କୁ ପିଛା କରିଥିଲେ। ଲାଇବ୍ରେରି ଛକ ନିକଟରେ କମେଣ୍ଟ୍‌ ମଧ୍ୟ ମାରିଥିଲେ। ଏହା ଅସହ୍ୟ ହେବାରୁ ମହିଳା ଜଣକ ଏହାର ପ୍ରତିବାଦ କରି ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏହି ଘଟଣାକୁ ଦେଖି କିଛି ଲୋକ ପୁଲିସ୍‌କୁ ଫୋନ୍‌ କରି ଜଣାଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉକ୍ତ ଯୁବକକୁ ଥାନାକୁ ନେଇଥିଲେ। ହେଲେ ଘଟଣାସ୍ଥଳରୁ ଆଉ ୩ଜଣ ଯୁବକ ଖସି ପଳାଇଛନ୍ତି।

ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଏକ ମାମଲା ରୁଜୁ କରି ଧରା ପଡ଼ିଥିବା ଯୁବକକୁ ଗିରଫ କରିଛି।

You might also like