• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢୁଛି କରୋନା ସଂକ୍ରମଣ। ଆଉ ସେଥିରେ ବ୍ରେକ୍ ଲଗାଇବା ପାଇଁ ଆସନ୍ତାକାଲିଠୁ ସପ୍ତାହରେ ଦୁଇ ଦନିଆ ସଟ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଧିକ ପଜିଟିଭ୍ ଚିହ୍ନଟ ହେଉଥିବା ଏସବୁ ୧୧ଟି ଜିଲ୍ଲାରେ ସଟଡାଉନ୍ ଲାଗୁ ହେବ। ତେବେ ଏହି ସମୟରେ କଣ ଖୋଲା ରହିବ ଓ କେଉଁ ସେବା ବନ୍ଦ ରହିବ ସେନେଇ ବିସ୍ତୃତ ଗାଇଡଲାଇନ ଜାରି କରିଛନ୍ତି। କିନ୍ତୁ ଅପରପକ୍ଷେ ଦୁଇ ଦିନିଆ ସଟଡାଉନକୁ ଦେଖି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ଆଜି ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏମିତିକି କିଛି ସାମଗ୍ରୀର ଦର ବି ହଠାତ୍ ବଢିଯାଇଥିଲା।

ଏଣେ ଆଜି ବଜାରରେ ଦେଖିବାକୁ ମିଳିଥିଲା ଦୁଇ ଦିନିଆ ସଟଡାଉନର ପ୍ରଭାବ। କେନ୍ଦ୍ରାପଡ଼ା ସହରର ବିଭିନ୍ନ ସ୍ଥାନରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଭିଡ଼ ଜମାଇଥିଲେ। ଗଂଜାମ ଓ କଟକରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଏଣେ ଆଳୁ-ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ବି ବଢିଯାଇଥିଲା।

ବ୍ରହ୍ଣପୁର କମାପଲ୍ଲୀ ଭେଣ୍ଡିଂ ଜୋନରେ ଆଳୁ ଦର ଦୁଇ ଟଙ୍କା ବଢିଥିବା ବେଳେ କଟକ ଛତ୍ର ବଜାରରେ ପିଆଜ କିଲୋ ପିଛା ୩ ଟଙ୍କା ବଢିଯାଇଥିଲା। ସେପଟେ ସଟଡାଉନ ଜିଲ୍ଲାଗୁଡିକର ବିଭିନ୍ନ ସ୍ଥାନରେ ପୋଲିସର ଆଭିମୁଖ୍ୟ କଡ଼ା ହେବ  ଚେକିଂ ଓ ବ୍ଲକିଂ କରାଯିବ। ସେହିପରି ସ୍ଥିତି ଉପରେ ନଜର ରଖିବାକୁ ପୋଲିସ ଜୋରଦାର ଢ଼ଙ୍ଗରରେ ପେଟ୍ରୋଲିଂ ବି କରିବ।

ଜୁନ ମାସରେ ୮ ଦିନ ସଟ୍ ଡାଉନ୍ ହେବ। ରାତ୍ରୀକାଳୀନ କର୍ଫ୍ୟୁ ଲାଗି ୩ଶହ ଘଣ୍ଟା ବନ୍ଦ ରହିବ। ଆଉ ଏ ସବୁକୁ ହିସାବ କଲେ ୧୧ଟି ଜିଲ୍ଲାର ଲୋକେ। ପାଖାପାଖି ୧୭ ଦିନ ଘରେ ରହିବେ। ତେବେ ବଢୁଥିବା ସଂକ୍ରମଣକୁ ରୋକିବାରେ ଏହା କେତେ ସହାୟକ ହେବ ତାହା ବଡ଼ ପ୍ରଶ୍ନ।

A-large-no-of-people-are-gathering-at-market
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories