ପ୍ରେମିକାର ବେକ କାଟିବା ପରେ ନିଜ ବେକ କାଟିଦେଲା ପ୍ରେମିକ

ଛତ୍ରପୁର: ପରକୀୟା ପ୍ରୀତିର କରୁଣ ପରିଣତି। ଅଭିଯୁକ୍ତ ପ୍ରେମିକ ପ୍ରଥମେ ପ୍ରେମିକାର ବେକ କାଟିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଝୋଲରି ଗାଁରେ। ଅଭିଯୁକ୍ତ ରୂପ ନାରାୟଣ ଦଳ ବେହେରାକୁ ଗିରଫ କରିଛି ପୋଲିସ।

ସୂଚନା ଅନୁସାରେ ରୂପ ନାରାୟଣ ପ୍ରତିଶୋଧପରାୟଣ ହୋଇ ଏକ ଧାରୁଆ ଛୁରୀରେ ମହିଳାଙ୍କ ବେକ କାଟି ଦେଇଥିଲା। ଏପରିକି ମହିଳାଙ୍କ ୭ ବର୍ଷୀୟ ପୁଅର ମଧ୍ୟ ବେକ କାଟି ଦେଇଥିଲା।

ମାଆ ପୁଅର ଚିତ୍କାର ଶୁଣି ପାଖ ପଡ଼ୋଶୀ ଆସିବା ପରେ ଅଭିଯୁକ୍ତ ନିଜେ ବେକ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ଲୋକେ ତାକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ପୋଲିସ ଖବର ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ।

You might also like