ପୁଅକୁ ସ୍କୁଲରେ ଛାଡ଼ିବାକୁ ଯାଇ ମାଆ ନିଖୋଜ

କୋରାପୁଟ: ପୁଅକୁ ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ଛାଡ଼ିବାକୁ ଯାଇ ନିଖୋଜ ମାଆ। ଏଭଳି ଏକ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ ରଞ୍ଜିତଗୁଡ଼ା ଗାଁରୁ। ଗତ ମାସ ୨୮ ତାରିଖରେ ରଞ୍ଜିତଗୁଡ଼ାର ପଦ୍ମା ମୁଦୁଲି ନିଜ ପୁଅକୁ ନେଇ ଭୁନେଶ୍ୱରରରେ ଛାଡ଼ିବାକୁ ଯାଇଥିଲେ।

ତା ପରଠାରୁ ସେ ଆଉ ଘରକୁ ଫେରି ନାହାନ୍ତି। ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ପଦ୍ମାଙ୍କ ପରିବାର ଲୋକେ ତାଙ୍କୁ ଖୋଜିବା ଲାଗି ପ୍ରଶାସନ ନିକଟରେ ଗୁହାରି କରିଛନ୍ତି। ସେପଟେ ପଦ୍ମା ଭୁଲ ଟ୍ରେନରେ ଚଢି ଅନ୍ୟ ରାଜ୍ୟକୁ ଚାଲିଯାଇଥିବା ସନ୍ଦେହ କରି ପରିବାର ଲୋକେ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ଭୁବନେଶ୍ୱରରୁ  ନିଖୋଜ ହୋଇଥିବାରୁ ସେଠାରେ ଏତଲା ଦେବାପାଇଁ ଲକ୍ଷ୍ମୀପୁର ଥାନା ପକ୍ଷରୁ କୁହାଯାଇଥିବା ଜଣାପଡିଛି।

You might also like