ଜାଲରେ ପଡ଼ିଲା ନାଗ

ଭଦ୍ରକ: ଦୁଇ ବର୍ଷ ତଳେ ଶହ ଶହ ସଂଖ୍ୟାର ନାଗ ସାପ ବାହାରିବା ନେଇ ଚର୍ଚ୍ଚାରେ ଥିବା ଭଦ୍ରକ ଜିଲ୍ଲାର ଧାମନଗର ପାଇକସାହି ଗାଁ, ଏବେ ପୁଣି ଚର୍ଚ୍ଚାରେ। ଗାଁରେ ପୁଣି ସାପ ଆତଙ୍କ ଦେଖା ଦେଇଛି। ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଓ ଘର ଭିତରେ ସାପ ରହୁଥିବା ଦେଖିବା ପରେ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ଗତ ୫ ତାରିଖରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଗାଁର ପ୍ରାୟ ଲୋକେ ଘର ଭିତରେ ସାପ ରହୁଥିବା ଦେଖିବାକୁ ପାଇବା ପରେ ଆହୁରି ଭୟଭୀତ ହୋଇପଡ଼ିଛନ୍ତି ଲୋକେ। ସାପ ଧରିବା ପାଇଁ ଗାଁ ଲୋକଙ୍କ ଦ୍ୱାରା ବିଛା ଯାଇଥିବା ଜାଲରେ ୨ଟି ନାଗ-ନାଗୁଣୀ ଛନ୍ଦି ହୋଇପଡ଼ିଥିଲେ। କିନ୍ତୁ ଗୋଟିଏ ନାଗ ସାପ ଜାଲରେ ପଡ଼ିଥିବାବେଳେ ଆଉ ଗୋଟିଏ ନାଗ ସାପ ଖସି ପଳାଇଛି।

ଗାଁରେ ବନ ବିଭାଗ କର୍ମଚାରୀ ପହଞ୍ଚି ଅନ୍ୟ ଏକ ସାପକୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି।

ସୂଚନାଥାଉ କି, ଦୁଇ ବର୍ଷ ତଳେ ପାଇକସାହି ଗାଁରେ ଶହ ଶହ ନାଗ ସାପ ବାହାରିଥିଲେ। ହଠାତ୍‌ ଏତେ ସଂଖ୍ୟକ ନାଗ ବାହାରିବା ପରେ ସେତେବେଳେ ରାଜ୍ୟରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like