ସାମ୍ବାଦିକଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍‌ କରି ଟଙ୍କା ଆଦାୟ

ନବରଙ୍ଗପୁର: ଫେସବୁକ୍ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ଠକେଇ ଅଭିଯୋଗ। ତା’ବି ପୁଣି ଜଣେ ସାମ୍ବାଦିକଙ୍କ ଆକାଉଣ୍ଟ୍‌କୁ‌ ହ୍ୟାକ୍ କରି ଏହି ଠକେଇ ହୋଇଥିବା ଅଭିଯୋଗ ଆସିଛି।‌ ନବରଙ୍ଗପୁର ଜିଲ୍ଲାର ଜଣେ ସାମ୍ବାଦିକ ଏଭଳି ଅଭିଯୋଗ ଆଣିଛନ୍ତି।

ସାମ୍ବାଦିକ ବାଙ୍କବିହାରୀ ବିଷୋୟୀ ଅଭିଯୋଗ ଆଣି କହିଛନ୍ତି, ‘ମୋର ଫେସବୁକ୍‌ ଆକାଉଣ୍ଟ୍‌କୁ ହ୍ୟାକ୍‌ କରାଯାଇଛି। ଆକାଉଣ୍ଟ୍‌କୁ ହ୍ୟାକ୍‌ କରାଯାଇ ମୋ ନାଁ ନେଇ ମୋ ସାଙ୍ଗସାଥୀମାନଙ୍କୁ ଟଙ୍କା ଆଦାୟ କରୁଥିଲେ। ଯେତେବଳେ ଏସମ୍ପର୍କରେ ମୁଁ ଜାଣିଲି, ଏହାପରେ ତୁରନ୍ତ ଥାନାରେ ଏତଲା ଦେଇଥିଲି। ’

ଅନ୍ୟପକ୍ଷରେ, ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

You might also like