ଅରୁଣ ସାହୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଲେ ମୟୂରଭଞ୍ଜ ଜିଲ୍ଲା ବିଜେଡି ଉପ-ସଭାପତି ଓ ସମ୍ପାଦକ
ବାରିପଦା: ଆସନ୍ତାକାଲି ବାରିପଦାରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବିଜେଡିକୁ ଏକ ପ୍ରକାର ଝଟ୍କା ଲାଗିଛି। ନିଜର ଶତାଧିକ ସମର୍ଥକଙ୍କ ସହ ଜିଲ୍ଲା ବିଜେଡି ଉପ-ସଭାପତି ଈଶାନ୍ ମିଶ୍ର ଓ ଜିଲ୍ଲା ସମ୍ପାଦକ ସଞ୍ଜୟ ବେହେରା ଦଳ ଛାଡ଼ିଛନ୍ତି। ସେମାନେ ସେମାନଙ୍କର ଇସ୍ତଫାପତ୍ରକୁ ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳର ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ସେମାନେ ଦଳ ଛାଡ଼ିଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ତେବେ ବାରିପଦାରେ ନବୀନଙ୍କ […]
ବାରିପଦା: ଆସନ୍ତାକାଲି ବାରିପଦାରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବିଜେଡିକୁ ଏକ ପ୍ରକାର ଝଟ୍କା ଲାଗିଛି।
ନିଜର ଶତାଧିକ ସମର୍ଥକଙ୍କ ସହ ଜିଲ୍ଲା ବିଜେଡି ଉପ-ସଭାପତି ଈଶାନ୍ ମିଶ୍ର ଓ ଜିଲ୍ଲା ସମ୍ପାଦକ ସଞ୍ଜୟ ବେହେରା ଦଳ ଛାଡ଼ିଛନ୍ତି। ସେମାନେ ସେମାନଙ୍କର ଇସ୍ତଫାପତ୍ରକୁ ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।
ଦଳର ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ସେମାନେ ଦଳ ଛାଡ଼ିଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି।
ତେବେ ବାରିପଦାରେ ନବୀନଙ୍କ ନିର୍ବାଚନ ପ୍ରଚାର ପୂର୍ବରୁ ଏହି ୨ଜଣ ଟାଣୁଆ ନେତା ବିଜେଡି ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି।