ଯବାନ ଓ ତାଙ୍କ ପତ୍ନୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଜଣେ ସେନା ଯବାନ ଓ ତାଙ୍କ ପତ୍ନୀଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ରଣପୁର ଥାନା ଅନ୍ତର୍ଗତ ପିମ୍ପଲ୍ ଗାଁରେ ଏହି ଘଟଣା ଘଟିଛି। ତେବେ ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଏତଲା ସତ୍ତ୍ୱେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହୋଇଛି।

ରଣପୁର ଥାନାରେ ଏନେଇ ଉଭୟ ଯବାନ ଓ ତାଙ୍କ ପତ୍ନୀ ଏତଲା ଦେଇଥିଲେ। ହେଲେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାଙ୍କୁ ଅପମାନ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

ଆକ୍ରମଣ ବେଳର ଭିଡିଓ ମଧ୍ୟ ଏବେ ଭାଇରାଲ ହୋଇଛି। ଅଭିଯୋଗ ଅନୁଯାୟୀ ଗାଁରେ ନୂଆ ଘର ନିର୍ମାଣ କରିଥିବା ସେନାର ଏହି ଯବାନଙ୍କ ଘରେ ରଙ୍ଗ ହେଉଥିଲା। ଏହି ସମୟରେ ତାଙ୍କ ପଡ଼ୋଶୀ ରଙ୍ଗ ଦେଉଥିବା ଶ୍ରମିକଙ୍କ ସହ ଝଗଡ଼ା କରିଥିଲେ। ତେବେ ସେମାନେ ହସ୍ତକ୍ଷେପ କରିବାବେଳ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

 

You might also like