ଧାନ ମଣ୍ଡିରେ ପଶି ଧାନ ନଷ୍ଟ କଲେ ହାତୀପଲ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଦହିଗାଁ ମାର୍କେଟ୍ ୟାର୍ଡରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଧାନ ମଣ୍ଡିରେ ପଶି ଧାନ ବସ୍ତା ନଷ୍ଟ କରି ଦେଇଛନ୍ତି।

ପୂର୍ବରୁ ଦହିଗାଁ ଅଞ୍ଚଳରେ ୩୦ରୁ ୩୫ ହାତୀ ଆସି ବୁଲୁଥିଲେ। ହେଲେ ଆଜି ଭୋର ସମୟରେ ହାତୀଗୁଡ଼ିକ ମାର୍କେଟ୍‌ ୟାର୍ଡକୁ ଆସି ଧାନ ବସ୍ତାରୁ ଧାନ ଖାଇଥିବା ଜଣାପଡ଼ିଛି।ଏହାସହ ୪୦ରୁ ୫୦ ବସ୍ତାକୁ ଚାପି ନଷ୍ଟ କରିଛନ୍ତି।

ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି।

You might also like