• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବିନିକା (ଦିଲ୍ଲୀପ କୁମାର ସାହୁ): ଏଇ ପରିବାରର ଭାଗ୍ୟାକାଶରେ ସତେ ଯେମିତି ଦୁଃଖ ଆଉ ହତାଶାର କଳାବାଦଲ ଛାଇ ଯାଇଛି।  ଭାଗ୍ୟ ଆଉ ଭଗବାନ ଏମାନଙ୍କ ଉପରେ ଦାଉ ସାଧିଛନ୍ତି। ଦୁଃଖ ତ  ଦେଇଛନ୍ତି ହେଲେ ଆଶ୍ୱାସନା ଦେଇ ପଦେ କଥା କହିବାକୁ ପାଖରେ କେହି ନାହିଁ। ଲୁହ ପୋଛିବାକୁ ହାତଟିଏ ନାହିଁ। ଏମାନଙ୍କ ଦେଖିଲେ ମନରେ ସ୍ୱତଃ ପ୍ରଶ୍ନ ଆସେ,  କେମିତି ଏତେ ଦୁଃଖକୁ ସାମ୍ନା କରୁଛନ୍ତି ଏମାନେ?

ହଁ, ଇଏ ଏମିତି ଏକ ପରିବାର,ଯେଉଁ  ପରିବାରରେ ସମସ୍ତ ସଦସ୍ୟ ରୋଗାଗ୍ରସ୍ତ। ଆଖିରେ ନ ଦେଖିଲେ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ। ପରିବାରଟି ଏମିତି ଦୟନୀୟ ଅବସ୍ଥାରେ ରହିଛି, ତାଙ୍କ ଲୁହ ପୋଛିବାକୁ ପାଖରେ କେହି ନାହିଁ। ଏ ହେଉଛି  ସୁବର୍ଣ୍ଣପୁର ଜିଲ୍ଲା ବିନିକା ଭବାନୀପାଲି ଗାଁର ସଚ୍ଚିକାନ୍ତ ବଗର୍ତୀଙ୍କ ପରିବାର କଥା। ସ୍ୱାମୀ-ସ୍ତ୍ରୀ ଆଉ ଏକମାତ୍ର ପୁଅକୁ ନେଇ ତାଙ୍କ ପରିବାରହେଲେ ଏଇ ପରିବାର ଉପରେ ଦଇବ ଦାଉ ସାଧୁଛି।

ଗୋଟିଏ ପଟେ ଗରିବୀ। ଅନ୍ୟପଟେ ପରିବାରରେ ସମସ୍ତେ ରୋଗୀ। କୁଲି ମଜୁରୀ କରି ଚଳୁଥିବା ସଚ୍ଚିକାନ୍ତ ଆଜକୁ ଚାରି ମାସ ହେବ ପାରାଲିସିସ ରୋଗରେ ପୀଡିତ ହୋଇ ଚଲାବୁଲା କରି ପାରୁ ନାହାନ୍ତି। ଆଉ ଏକମାତ୍ର ପୁଅ ରାଜେନ୍ଦ୍ର ଜନ୍ମରୁ ମସ୍ତିସ୍କ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ଷ ହେବ ପତ୍ନୀ ଲଳିତା ପାରାଲିସିସ୍ ରୋଗରେ ଆକ୍ରାନ୍ତ।

ସ୍ୱାମୀ-ସ୍ତ୍ରୀ ଚଳାବୁଲା କରିପାରୁ ନାହାନ୍ତି। ପାରାଲିସିସର ଅକଥନୀୟ ଯନ୍ତ୍ରଣା ଭୋଗୁଥିବା ସତ୍ତ୍ୱେ ଗୁରୁଣ୍ଡୁ ଗୁରୁଣ୍ଡି ପୁଅର ସେବା କରୁଛନ୍ତି। ଦିନକୁ ଦିନ ସଚ୍ଚିକାନ୍ତଙ୍କ ଅବସ୍ଥା ବିଗିଡିବାରେ ଲାଗିଛି। ପରିବାରରେ ଯାହା କିଛି ଥିଲା ବିକି ଭାଙ୍ଗି ଚିକିତ୍ସାରେ ସବୁ ସାରି ଦେଲେଣି। ଏବେ ହାତରେ ଅର୍ଥ ନଥିବାରୁ ଚିକିତ୍ସିତ ହୋଇନ ପାରି ଭଗବାନ ଭରସାରେ ଘରେ ପଡି ରହିଛନ୍ତି ପରିବାର।

ଖାଇବା ପାଇଁ ଚାଉଳ ଗଣ୍ଡେ ଯୋଗାଡ ହୋଇ ପାରୁ ନଥିବାରୁ ଘରେ ଚୁଳି ଜଳୁ ନାହିଁ। ସାହି ପଡିଶା ଯାହା ଦି ମୁଠା ଦେଉଛନ୍ତି ତାହାକୁ ଖାଇ ବଂଚୁଛନ୍ତି ୩ ପ୍ରାଣୀ। ଯଦି କିଛି ନ ମିଳେ ପେଟରେ ଓଦା କନା ଦେଇ ଭୋକ ଉପାସରେ ରହୁଛନ୍ତି।

ରୋଗଗ୍ରସ୍ତ ସଚ୍ଚିକାନ୍ତ ଭଲରେ କଥା କହି ପାରୁନାହାନ୍ତି। ଥରି ଥରି କହୁଛନ୍ତି, ୧୩ ମାସ ହେଲା ପତ୍ନୀକୁ ପାରାଲିସିସ ହୋଇଛି। ଉଠିବସି ପାରୁନି। ପୁଅଟା ବି କିଛି ଜାଣି ପାରୁନି। ତାକୁ ଖୁଆଇଲେ ଖାଇବ। ନ ହେଲେ ନିଜେ ନିଜେ ଖାଇ ବି ପାରିବନି। ମା’ ପୁଅଙ୍କର କିଛି ହେଲେ ସୁବିଧା କରିଦିଅନ୍ତୁ ବୋଲି ବିକଳ ହୋଇ ଅନୁନୟ କରୁଛନ୍ତି ସଚ୍ଚିକାନ୍ତ।

ବାର୍ଦ୍ଧକ୍ୟ ସାଙ୍ଗକୁ ପାରାଲାସିସ୍‌।  ତେଣୁ  ନିଜେ କାମ କରିପାରୁ ନ ଥିବାରୁ ଦୁଃଖରେ ଭାଙ୍ଗି ପଡ଼ୁଛନ୍ତି ସଚ୍ଚିକାନ୍ତ ।  କେମିତି ଖାଇବେ, କେମିତି ବଞ୍ଚିବେ, କେମିତି ପରିବାର ଚଳାଇବେ ସେଇ ଚିନ୍ତାରେ ତାଙ୍କ ଆଖିକୁ ନିଦ ନାହିଁ। ନିଜ ପାଇଁ ଯେତିକି ଦୁଃଖ ନାହିଁ, ପତ୍ନୀ ଆଉ ପୁଅର ଚିକିତ୍ସା ପାଇଁ ତାଙ୍କର ଭାରି ଚିନ୍ତା।  ସମସ୍ତଙ୍କୁ ଅନୁନୟ କରୁଛନ୍ତି। କିଏ ହେଲେ କିଛି ସାହାଯ୍ୟ କରନ୍ତା, ସେମାନଙ୍କର ଚିକିତ୍ସା ହୋଇ ପାରନ୍ତା ! ମା’ ପୁଅ ଦୁହେଁ ଟିକିଏ ଭଲ ହୋଇ ଯାଆନ୍ତେ !

ଘରେ ଦୁଇଓଳି ରାନ୍ଧିବାକୁ ଦାନା ନାହିଁ। ଦାନା ଥିଲେ ବି ରାନ୍ଧିବାକୁ ଦେହରେ ବଳ ନାହିଁ। ତଥାପି ସଚ୍ଚିକାନ୍ତ ପତ୍ନୀ ଘୁଷୁରି ଘୁଷୁରି ପୁଅ ଓ ସ୍ୱାମୀଙ୍କୁ ଖୁଆଇ ଦେଉଛନ୍ତି, ପଣତକାନି ସେମାନଙ୍କ ମୁହଁ ପୋଛି ଦେଉଛନ୍ତି।

ବିନିକା ବ୍ଲକ ଅଧ୍ୟକ୍ଷ କହିଛନ୍ତି- "ଏଇ ପରିବାରକୁ ନିଶ୍ଚିତ ସାହାଯ୍ୟ କରାଯିବ।"

ଏହି ଅସହାୟ ପରିବାର ପ୍ରତି ସାହାଯ୍ୟର ହାତ ବଢ଼ାଇବାକୁ ଚାହୁଁଥିଲେ, ଏହି ଠିକଣା ଓ ଫୋନ୍ ନମ୍ବରରେ ସେମାନଙ୍କୁ ଯୋଗାଯୋଗ କରିପାରିବେ- ସଚ୍ଚିକାନ୍ତ ବଗର୍ତି, ଗ୍ରାମ- ଭବାନୀପାଲି, ପୋଷ୍ଟ- ଏସ୍ ରାମପୁର, ଭାୟା- ବିନିକା, ଜିଲ୍ଲା- ସୁବର୍ଣ୍ଣପୁର, ପିନ-୭୬୭୦୪୫। ପଡୋଶୀଙ୍କ ମୋବାଇଲ ନମ୍ବର- ୯୯୩୭୬୩୭୫୭୮।

 

https://youtu.be/mV_HYQG_gJY

 

A-helpless-family-all-members-are-patient
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories