ପୁରୀ: ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି ଚାଲିଥିବା ବେଳେ ଶ୍ରୀମନ୍ଦିର ବଳୟ ଉପରେ ଏକ ହେଲିକପ୍ଟର ଉଡ଼ିବା ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ ହେଲିକପ୍ଟର ଉଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା ।ତେବେ ପୁରୀ ଏସ୍‌ପି କନଓ୍ୱର ବିଶାଲ ସିଂହ ଏହାକୁ ହାଲୁକା ଭାବେ ନେଇଛନ୍ତି । ଏହାସହ କୌଣସି ବିପଦ ନଥିବା ସେ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ଶ୍ରୀମନ୍ଦିର ଆକାଶରେ ଉଡ଼ିଥିବା ହେଲିକପ୍ଟରଟି ଭାରତୀୟ ତଟରକ୍ଷୀ ବାହିନୀର । ଏବେ ସିକ୍ୟୁରିଟି ଡ୍ରିଲ ଚାଲିଥିବାରୁ ହେଲକପ୍ଟର ଉଡ଼ି ଥାଇପାରେ । ତେବେ ଏନେଇ ଅଧିକ ତଦନ୍ତ କରାଯାଉଥିବା ମଧ୍ୟ ଏସ୍‌ପି କହିଛନ୍ତି ।

ଅନ୍ୟପଟେ ଆଜି ଜ୍ୟେଷ୍ଠ ପୂର୍ଣ୍ଣମୀ ବା ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଶ୍ରୀଜିଉଙ୍କ ମହାସ୍ନାନ ନୀତି ସଂପନ୍ନ ହୋଇଛି । ବଡ଼ି ଭୋରରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାବିଗ୍ରହଙ୍କୁ ରତ୍ନବେଦୀରୁ ଧାଡ଼ି ପହଣ୍ଡି କରି ସ୍ନାନବେଦୀକୁ ଅଣାଯାଇଥିଲା । ଏହାପରେ ସର୍ବତୀର୍ଥର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା ।

ମହାପ୍ରଭୁଙ୍କ ସ୍ନାନନୀତି ସଂପନ୍ନ ହେବା ପରେ ରାଜନୀତି ଆରମ୍ଭ ହୋଇଥିଲା । ହେଲେ ଗଜପତି ମହାରାଜଙ୍କ ବଦଳରେ ମୁଦିରସ୍ତ ଆସି ଛେରାପହଁରା କରିଥିଲେ । ରାଜନୀତି ସଂପନ୍ନ ପରେ ଆରମ୍ଭ ହୋଇଥିଲା ହାତୀ ବା ଗଜାନନ ବେଶ । ଏହାପରେ ସାହାଣ ମେଲା ଦର୍ଶନ । ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ । ତେବେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତିରେ ଏଥର ପୁରୀବାସୀ ଓ ଛତିଶା ନିଯୋଗର ସଂପୂର୍ଣ୍ଣ ସହଯୋଗ ରହିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶୁଭେଚ୍ଛା ଜଣାଇଛନ୍ତି । ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କ ପାଦପଦ୍ମରେ ପ୍ରଣିପାତ କରିବା ସହ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି । ଏଥିସହ ମାନବ ସମାଜର ମଙ୍ଗଳ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି ଗଜପତି ମହାରାଜ ।

ସେପଟେ ଖୋର୍ଦ୍ଧା ଜାଗୁଳାଇପାଟଣାର ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପୀଠରେ ଆୟୋଜିତ ହୋଇଛି ସ୍ନାନଯାତ୍ରା । ବିଶ୍ୱର ଏକମାତ୍ର ହାତ ପାଦ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ କରାଯାଇଛି । କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ହୋଇଥିଲା । କେବଳ ସେବକମାନେ ମନ୍ଦିର ପରିସରରେ ଥିବା କାରୁଣ୍ୟ କୂଅରୁ ଗରାରେ ଜଳ ଆଣିବା ପରେ ମହାପ୍ରଭୁଙ୍କ ସ୍ନାନ ହୋଇଥିଲା ।

Other Stories

  • Wildlife
    Wildlife ଲକଡାଉନରେ ବନ୍ୟପ୍ରାଣୀଙ୍କର ବଂଶବିସ୍ତାର

    ରୋମାଞ୍ଚକର, ମନ ମୁଗ୍ଧକର ଦେଖିବାକୁ ଯେମିତି ମନଲୋଭା ସେମିତି କୌତୁକିଆ । ଜଙ୍ଗଲ ରାସ୍ତାରେ ଖୁସିରେ ଡିଆଁ ମାରୁଛନ୍ତି କୌତୁକିଆ କୃଷ୍ଣସାର ମୃଗ । ପଲ ପଲ ହୋଇ ଧାଉଁଛନ୍ତି ଚାରଣ ଭୂଇଁରେ । ଗୁଜରାଟ ଭାବନଗରସ୍ଥିତ...

  • Mukhtar Abbas Naqvi
    National News ଦେଶ ପାଳିବ “ମୁସଲିମ ମହିଳା ଅଧିକାର ଦିବସ”

    ଆସନ୍ତାକାଲି ଅଗଷ୍ଟ ୧, ୨୦୨୧ରେ ଦେଶର ବିଭିନ୍ନ ସଂଗଠନ ଦ୍ୱାରା “ମୁସଲିମ ମହିଳା ଅଧିକାର ଦିବସ” ପାଳନ କରାଯିବ। ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧ରେ ନୂଆଦିଲ୍ଲୀରେ “ମୁସଲିମ ମହିଳା ଅଧିକାର ଦିବସ” ରେ ଆୟୋଜିତ ହେବାକୁ ଥିବା...

  • Third wave of Corona
    COVID-19 କରୋନାର ତୃତୀୟ ଲହର ଏହି ରୋଗୀଙ୍କ ପାଇଁ ମାରାତ୍ମକ ହୋଇପାରେ

    ଦେଶରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ପରେ ଲୋକଙ୍କ ମଧ୍ୟରେ ତୃତୀୟ ଲହରର ଭୟ ସୃଷ୍ଟି ହୋଇଛି। ଏହା ସହିତ, ବିଶ୍ୱରେ ମାମଲା ବୃଦ୍ଧି ପାଇବା ପରେ ବୈଜ୍ଞାନିକମାନେ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଦେଶରେ ପରବର୍ତ୍ତୀ...

  • Babul Supriyoa
    India News ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟୋ

    ବରିଷ୍ଠ ବିଜେପି ନେତା ତଥା ଲୋକସଭା ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଏହି ଖବର ସେ ସୋସିଆଲ୍ ମିଡିଆରେ ଜଣେଇଛନ୍ତି। ରାଜନୀତି ଛାଡ଼ିବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ...