ଗାଁ ଭିତରେ ହାତୀପଲ, ଲୋକେ ଭୟଭୀତ

ବଣାଇ: ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଗୁଡ଼ିଆଳି ଗାଁରେ ଆଜି ଭୋର ସମୟରେ ୧୪ଟି ହାତୀ ଗାଁ ଭିତରକୁ ପଶି ପାଚେରି ଭାଙ୍ଗିବା ସହ ବାଡ଼ିରେ ଥିବା ପନିପରିବା ମଧ୍ୟ ନଷ୍ଟ କରିଥିବା ଜଣାପଡ଼ିଛି।

ଖାଲି ଗୁଡ଼ିଆଳି ଗାଁ ନୁହେଁ ଘୁସୁରା, ଅଲେଖପୁର ଅଞ୍ଚଳରେ ମଧ୍ୟ ହାତୀପଲ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି।

ଗାଁ ଭିତରେ ହାତୀପଲ ପଶିବା ଫଳରେ ଲୋକେ ଭୟଭୀତ ହୋଇଛନ୍ତି।

You might also like