ବାରମ୍ବାର ବାହାଘର ଭାଙ୍ଗି ଦେଉଥିଲେ ଯୁବକ, ଶେଷରେ ଏମିତି ନିଷ୍ପତ୍ତି ନେଲେ ଯୁବତୀ…

ବଲାଙ୍ଗିର: ବାରମ୍ବାର ବାହାଘର ଭାଙ୍ଗିବା ଯିବାରୁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ କୁଲତାଜୋର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଗତକାଲି ରାତି ୩ଟାରେ ଯୁବତୀ ଜଣକ ନିଜ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ସୋନପୁର ହସ୍ପିଟାଲ ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଜଣେ ଯୁବକ ବାରମ୍ବାର ବାହାଘର ଭାଙ୍ଗି ଦେଉଥିବାରୁ ଝିଅ ଏଭଳି ପଦକ୍ଷେପ ନେଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଥାନାରେ ଏନେଇ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ବର୍ଷ ଘାଟୁଲ ଗାଁର ଜଣେ ଯୁବକ ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବା ପାଇଁ ପରିବାର ସହ ପ୍ରସ୍ତାବ ନେଇ ଆସିଥିଲେ। କିନ୍ତୁ କୌଣସି କାରଣରୁ ଉଭୟ ପରିବାର ଭିତରେ ସହମତି ହୋଇ ପାରିଲାନାହିଁ। ଗତ କିଛି ଦିନ ତଳେ ଗିଦମାଲ ଗାଁର ଆଉ ଜଣେ ଯୁବକ ବିବାହ ପ୍ରସ୍ତାବ ନେଇ ଉକ୍ତ ଯୁବତୀ ଘରକୁ ଆସିଥିଲା। ବିବାହ ପାଇଁ ଉଭୟ ପରିବାର ରାଜି ହୋଇଥିଲେ। କିନ୍ତୁ ପୂର୍ବରୁ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିବା ଯୁବକ ଜଣକ ବିବାହ ସ୍ଥିର ହୋଇଥିବା ଗିଦମାଲ ଗାଁର ଯୁବକଙ୍କୁ ବିବାହ ନ କରିବା ପାଇଁ ଫୋନ୍‌ରେ ଧମକ ଦେଉଥିଲେ। ହୋଇଛି। ଫଳରେ ବିବାହ ଭାଙ୍ଗି ଯାଇଥିଲା।

ବାରମ୍ୱାର ସମ୍ପୃକ୍ତ ଯୁବକ ବିବାହ ଭାଙ୍ଗୁ ଥିବାରୁ ମାନସିକ ଚିନ୍ତାରେ ଆତ୍ମହତ୍ୟା କରିଥିବା ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି।

You might also like