ଡାକ୍ତରଙ୍କୁ ଠକିଦେଲେ ସୁନ୍ଦରୀ ଯୁବତୀ, ନେଇଗଲେ ଲକ୍ଷାଧିକ ଟଙ୍କା

ଅନୁଗୁଳ: ଜଣେ ଅବସରପ୍ରାପ୍ତ ହୋମିଓପ୍ୟାଥିକ ଡାକ୍ତରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଅଭିଯୋଗରେ ତାଳଚେର ପୋଲିସ୍‌ ଜଣେ ଯୁବତୀଙ୍କୁ ଗିରଫ କରିଛି।

ଢେଙ୍କାନାଳ ପର୍ଜଙ୍ଗ ଥାନା ଅଞ୍ଚଳର ଅବସରପ୍ରାପ୍ତ ଡାକ୍ତର ବିଜୟ ପ୍ରଧାନଙ୍କ ଅଜାଣତରେ ଗତ ୧୧ ଡିସେମ୍ବରରେ ତାଙ୍କ ତାଳଚେର SBI ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ ୪ ଲକ୍ଷ ୫୭ ହଜାର ଟଙ୍କା ଉଠାଣ ହୋଇଥିଲା।

ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ମେ’ ମାସରେ ସେ ତାଳଚେର ଆଇଟିଆଇ ଛକରେ ଥିବା ଏକ ସୁନା ଦୋକାନରୁ ସୁନା କିଣି ୫ଟି ଚେକ୍ ଦେଇଥିଲେ। ପରେ ସେପ୍ଟେମ୍ବର ୫ରେ ତାଳଚେର SBI ଶାଖାରେ ନିଜ ଆକାଉଣ୍ଟ ଅପ୍‌ଡେଟ୍‌ କରିବା ସମୟରେ ଅନେକ ଥର ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ହୋଇ ଆକାଉଣ୍ଟରୁ ପ୍ରାୟ ୪ ଲକ୍ଷ ୫୭ ହଜାର ଟଙ୍କା ଗାଏବ ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ତାଳଚେର ଥାନାରେ ଗତବର୍ଷ ଡିସେମ୍ବର ୧୧ରେ ଡାକ୍ତର ବିଜୟ ପ୍ରଧାନ ଲିଖିତ ଅଭିଯୋଗ କରିଥିଲେ ଓ ତାଳଚେର ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଏହି ଘଟଣାରେ ଜଣେ ଯୁବତୀଙ୍କ ସମ୍ପୃକ୍ତି ଜଣାପଡିବା ପରେ ପୋଲିସ୍ ସମ୍ପୃକ୍ତ ଯୁବତୀଙ୍କୁ‌ ଗିରଫ କରିଛି।

ସମ୍ପୃକ୍ତ ଯୁବତୀ ଜଣକ ନିଜକୁ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ବୋଲି ପରିଚୟ ଦେଇ ଡାକ୍ତରଙ୍କ ସହ ବ୍ୟବସାୟିକ ସମ୍ପର୍କ ଯୋଡ଼ିବା ପରେ ତାଙ୍କ ଅଜାଣତରେ ଡାକ୍ତରଙ୍କ ଏଟିଏମ୍‌ କାର୍ଡ ଓ ପିନ୍‌ ନମ୍ବର ନେଇ ଆସିଥିଲେ। ପରେ ଡାକ୍ତରଙ୍କ SBI ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ ସମୁଦାୟ ୪ ଲକ୍ଷ ୫୭ ହଜାର ୩୮୫ ଟଙ୍କା ୮୪ ପଇସା ଉଠାଇଥିଲେ ବୋଲି ଜଣାପଡ଼ିଥିଲେ। ଉକ୍ତ ଯୁବତୀଙ୍କୁ କଟକରୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ତାଳଚେର ପୋଲିସ୍‌।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like