• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିବାରୁ ବାପଘର ଲୋକ, ଶ୍ୱଶୁର ଘର ଲୋକଙ୍କ ଉପରେ ଆକ୍ରମଣ କରିଥିବା ନେଇ ରାଜଧାନୀର ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏ ନେଇ ଖଣ୍ଡଗିରି ଥାନାରେ ସମ୍ପୃକ୍ତ ଯୁବତୀ ଜଣକ ବାପଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଗତ ୨୫ ତାରିଖରେ ନୟାପଲ୍ଲୀର ଜଣେ ଯୁବତୀ ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ଶିରିପୁର ଅଞ୍ଚଳର ଜଣେ ଯୁବକଙ୍କୁ କୋର୍ଟ ମ୍ୟାରେଜ୍ କରିଥିଲେ। ତେବେ ଏହା ପୂର୍ବରୁ ଝିଅ ନିଖୋଜ ହେବା ନେଇ ଯୁବତୀଙ୍କ ପରିବାର ଲୋକେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ଏହି ଘଟଣା ପରେ ଗତ ୨୬ ତାରିଖରେ ପୁଅ-ଝିଅ ଉଭୟ ଥାନାରେ ଆତ୍ମସମର୍ପଣ କରିଥିଲେ। ହେଲେ ଏହି ବିବାହକୁ ଅତି ସହଜରେ ଗ୍ରହଣ କରି ପାରିନଥିଲେ ଯୁବତୀଙ୍କ ପରିବାର ଲୋକ। ସେଇ ଦିନ ସମ୍ପୃକ୍ତ ଯୁବତୀଙ୍କ ଭାଇ ଓ ସାଙ୍ଗମାନେ ମିଶି ଶ୍ୱଶୁର ଘର ଲୋକଙ୍କ ଉପରେ ଆକ୍ରମଣ କରିଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏଥିରେ ୬ ଜଣ ଆହତ ହୋଇଛନ୍ତି।

ଖଣ୍ଡଗିରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

A-girl-allegation-against-her-family
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories