କୋହଳ ହେଲା କ୍ୱାରେଣ୍ଟିନ୍ ଅବଧି

ଭୁବନେଶ୍ୱର: ବେଙ୍ଗଲ ଫେରନ୍ତାଙ୍କ ପ୍ରତି ଥିବା ନିୟମରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ନେଗେଟିଭ ରିପୋର୍ଟ, ୨ ଡୋଜ୍ ଟିକା ନେଇଥିଲେ କ୍ୱାରେଣ୍ଟିନ କୋହଳ ହୋଇଛି। ପୂର୍ବ ଘୋଷିତ ୧୪ ଦିନ ପରିବର୍ତ୍ତେ ୭ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନରେ ରହିବ। ହୋମ୍ କ୍ୱାରେଣ୍ଟିନ ସୁବିଧା ନଥିଲେ ସରକାରୀ କ୍ୱାରେଣ୍ଟିନରେ ରହିବେ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ସଂଶୋଧିତ ନିୟମ ଜାରି କରାଯାଇଛି। ରାସ୍ତା, ବିମାନ ସହ ରେଳରେ ଆସୁଥିବା ଯାତ୍ରୀ ବି କ୍ୱାରେଣ୍ଟିନରେ ରହିବେ ବୋଲି କୁହାଯାଇଛି।

ଗତ ୨୨ ତାରିଖରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ ଲାଇନ୍ ଅନୁସାରେ ପଶ୍ଚିମବଙ୍ଗରୁ ଯେକେହି ଆସିଲେ ୧୪ ଦିନ କ୍ୱାରେଣ୍ଟିନ ରହିବେ। ପ.ବଙ୍ଗରୁ ବିମାନରେ ଆସୁଥିବା ଯାତ୍ରୀ ବି ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ସଂପୃକ୍ତ ଯାତ୍ରୀମାନଙ୍କୁ ହୋମ୍ କ୍ୱାରେଣ୍ଟିନ ମନା କରିଛନ୍ତି ମୁଖ୍ୟ ସଚିବ। ୨ ଡୋଜ୍ ଟିକା ନେଇଥିବା ଲୋକ ୧୪ ଦିନ ହୋମ୍ କ୍ୱାରେଣ୍ଟିନରେ ରହିପାରିବେ।

ସେଠାରେ କରୋନା ଉଗ୍ର ରୂପ ନେଇଥିବାରୁ ସରକାର କଟକଣା ଜାରି କରିଥିଲେ। ପଶ୍ଚିମବଙ୍ଗ ସହ ଲାଗିଥିବା ସବୁ ରାସ୍ତାରେ ଚେକିଂ କଡ଼ାକଡ଼ି ହେବ। ଚେକିଂ କଡ଼ାକଡ଼ି କରିବାକୁ ବାଲେଶ୍ୱର, ମୟୂରଭଂଜ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗରେ ନୂଆ ଷ୍ଟ୍ରେନ ଠାବ ହୋଇଥିବାରୁ କଟକଣା କଡ଼ା ହୋଇଛି। ଠାବ ଟ୍ରିପଲ ମ୍ୟୁଟାଣ୍ଟ ଅତି ଘାତକ ହୋଇଥିବାରୁ କଟକଣା ଲଗାଯାଇଛି।

ଏହି ନିର୍ଦ୍ଦେଶନାମାକୁ ଯିଏ ଉଲ୍ଲଘଂନ କରିବ ସେମାନଙ୍କ ବିରୁଦ୍ଧରେ ମହାମାରୀ ଆଇନ-୧୮୯୭ ଓ ଆଇପିସିର ଅନ୍ୟ ଧାରାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

You might also like