କୋଭିସିଲ୍ଡର ୨ୟ ଡୋଜ୍ ଟିକା ପାଇଁ ଅନଲାଇନ ବୁକିଂ ହୋଇସାରିଥିଲେ କଣ କରିବେ, ଜାଣନ୍ତୁ

ଭୁବନେଶ୍ଵର: ବ୍ୟବଧାନ ଅବଧି ବଢ଼ିବା ପରେ କୋଭିସିଲ୍ଡ ପାଇଁ ସାନି ଗାଇଡଲାଇନ ଜାରି ହୋଇଛି। ଏନେଇ ସବୁ ଜିଲ୍ଲାପାଳ, CDMOଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ପ୍ରଥମ ଡୋଜ୍ ନେବା ଅନୂନ୍ୟ ୮୪ ଦିନ ହୋଇନଥିଲେ ୨ୟ ଡୋଜ୍ ନେବା ଉପରେ ବାରଣ କରାଯାଇଛି। ୮୪ ଦିନ ପୂର୍ବରୁ ୨ୟ ଡୋଜ୍ ପାଇଁ ଅନଲାଇନ୍/ସାଇଟ୍ ବୁକିଂ ହୋଇପାରିବନି।

ସେହିଭଳି ୨ୟ ଡୋଜ୍ ପାଇଁ ଅନଲାଇନ ବୁକିଂ ହୋଇସାରିଥିଲେ ବାତିଲ କରିବନି କୋଓ୍ବିନ୍। ଏଭଳି କ୍ଷେତ୍ରରେ ପୁଣି ଥରେ ନିଜ ତରଫରୁ ବୁକିଂ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜଣେ ବ୍ୟକ୍ତି ପୂର୍ବ ବୁକିଂ ଅନୁଯାୟୀ ୮୪ ଦିନ ପୂର୍ବରୁ ନେବାକୁ ଚାହିଁଲେ ଟିକା ନେଇପାରିବେ।

ଏହି ନୂଆ ନିୟମ ଅନୁସାରେ ଏବେ ୨ୟ ଡୋଜ୍ ନେବାକୁ ଆଉ ଭିଡ଼ ହେବନି ବୋଲି ଆଶା କରାଯାଉଛି। ଏଭଳି କ୍ଷେତ୍ରରେ ଏବେ ପ୍ରଥମ ଡୋଜକୁ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ପ୍ରକାଶ ଥାଉକି  କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଁ ସୁପାରିଶ କରିଥିଲା ନ୍ୟାସନାଲ ଇମ୍ୟୁନିଜେନସ ଟେକ୍ନିକାଲ ଆଡଭାଇଜରି ଗ୍ରୁପ, NITAG। କୋଭିସିଲ୍ଡ ଟିକା ନେବାର ପ୍ରଥମ ଡୋଜର ୧୨ ସପ୍ତାହ ପରେ ଓ ୧୬ ସପ୍ତାହ ପୂର୍ବରୁ ଦ୍ୱିତୀୟ ଡୋଜ୍ ନେବାକୁ ଏହି ଆଡଭାଇଜରି ଗ୍ରୁପ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ୍ ଭ୍ୟାକସିନ ଆଡମିନିଷ୍ଟ୍ରେସନ, NEGVAକୁ ଗତକାଲି ସୁପାରିଶ କରିଥିଲା। NEGVA ଏହି ସୁପାରିଶକୁ ଗ୍ରହଣ କରି ଅନୁମତି ଦେବା ପରେ ହିଁ ତାହା ଲାଗୁ କରାଯାଇଛି ।

You might also like