ଟ୍ରକ୍କୁ ୪୪ ଲକ୍ଷ ଟଙ୍କାର ଫାଇନ୍, ଜାଣନ୍ତୁ କେଉଁଠି ଘଟିଛି ଘଟଣା?
ଏତେ ଫାଇନ୍?
କେନ୍ଦୁଝର: ଗୋଟିଏ ଟ୍ରକକୁ ୪୪ ଲକ୍ଷ ଟଙ୍କା ଫାଇନ ପଡିଛି। କେନ୍ଦୁଝର ଚମ୍ପୁଆ ଥାନା ମୁରୁସୁଆଁ ନିକଟରେ ଏହି ଟ୍ରକକୁ ଫାଇନ କରିଛି ବଡ଼ବିଲ କମରସିଆଲ ଟ୍ୟାକ୍ସ, ଜିଏସଟି ଏନଫୋରସମେଂଟ୍ର ମିଳିତ ଟିମ୍। ଏହି ୧୪ ଚକିଆ ଟ୍ରକରେ ଗୁଟକା ନିଆଯାଉଥିଲା। ଗାଡ଼ିର ନମ୍ବର ହେଉଛି NL 01L 6765। ତେବେ ଗାଡ଼ି ଉପରେ ସନ୍ଦେହ କରି ବଡ଼ବିଲ ସିଟି ଆଣ୍ଡ ଜିଏସଟି ଏନଫୋରସମେଂଟ୍ ୟୁନିଟ ଚଢ଼ାଉ କରିଥିଲା। ଆଉ ଯାଞ୍ଚରୁ ଜଣାପଡ଼ିଥିଲା, ସେଥିରେ ଗୁଟଖା ପାନମସଲା ଓ ତମାଖୁ ରହିଥିଲା।
ଗାଡ଼ିଟି ଦିଲ୍ଲୀରୁ ଭୁବନେଶ୍ୱର ଯାଉଥିଲା ବୋଲି ଜଣାପଡିଛି। ଚେକିଂ ବେଳେ ଇ-େଓ୍ୱବିଲ୍, ଟ୍ୟାକ୍ସ ଇନ୍ଏସ୍ ଆଦି ଦେଖାଇପାରିନଥିଲେ ଡ୍ରାଇଭର। ତେଣୁ ଗାଡ଼ିକୁ ଯାଞ୍ଚ ପାଇଁ ଚମ୍ପୁଆ ଥାନାକୁ ନିଆଯାଇଥିଲା। ଶେଷରେ ଗାଡିକୁ ୪୪ ଲକ୍ଷ ୬୪ ହଜାର ୨୭୨ ଟଙ୍କା ଜୋରିମାନା କରାଯାଇଛି। କୌଣସି ଗାଡ଼ିକୁ ଏତେ ଟଙ୍କା ଜୋରିମାନା ହେବା ରାଜ୍ୟରେ ପ୍ରଥମ ଘଟଣା ବୋଲି ବଡ଼ବିଲ ସିଟି ଆଣ୍ଡ ଜିଏସଟି ଏନଫୋରସମେଂଟ୍ ୟୁନିଟ ହେଡ୍ ସୂର୍ଯ୍ୟନାରାୟଣ ସେଠୀ କହିଛନ୍ତି।
ଗୋଟିଏ ଟ୍ରକକୁ ୪୪ ଲକ୍ଷ ଟଙ୍କା ଫାଇନ ପଡିଛି। କେନ୍ଦୁଝର ଚମ୍ପୁଆ ଥାନା ମୁରୁସୁଆଁ ନିକଟରେ ଏହି ଟ୍ରକକୁ ଫାଇନ କରିଛି ବଡ଼ବିଲ କମରସିଆଲ ଟ୍ୟାକ୍ସ, ଜିଏସଟି ଏନଫୋରସମେଂଟ୍ର ମିଳିତ ଟିମ୍। ଏହି ୧୪ ଚକିଆ ଟ୍ରକରେ ଗୁଟକା ନିଆଯାଉଥିଲା ବୋଲି ସୂଚନା ମିଳିଛି#Odisha #Keonjhar pic.twitter.com/iYheKTtQtb
— ଓଟିଭି (@otvkhabar) March 29, 2021
ଗୁଟଖା ଟ୍ରକକୁ ୪୪ ଲକ୍ଷ ଜୋରିମାନା। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା ଟ୍ରକ। #Koenjhar #Odisha #OTV #Fine pic.twitter.com/b1cYys4zrD
— ଓଟିଭି (@otvkhabar) March 29, 2021