
ଜଳଖିଆ ଦୋକାନରୁ OJEE ଟପ୍ପର
କେନ୍ଦୁଝର : ଜଳଖିଆ ଦୋକାନରୁ OJEE ଟପ୍ପର। ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବପର। ଏହି କଥାକୁ ଆଜି ପ୍ରମାଣିତ କରିଛନ୍ତି କେନ୍ଦୁଝର ଘଟଗାଁ ବ୍ଲକ୍ ପିପିଳିଆ ଗାଁର ଭବାନୀ ଶଙ୍କର ବେହେରା।
ବାପା ଗୁରୁ ଚରଣ ବେହେରାଙ୍କ ବରା ଦୋକାନରେ ସାହାଯ୍ୟ କରନ୍ତି ଭବାନୀ। ତେବେ ଦିନରେ ଦୋକାନରେ କାମ ଓ ରାତିରେ ପାଠ ପଢ଼ି ଆଜି ସେ ବିଏସ୍ସି ଲାଟେରାଲ୍ ଏଣ୍ଟ୍ରିରେ ଟପ୍ପର ହୋଇଛନ୍ତି। ତାଙ୍କ ପାଠ ପଢ଼ିବାରେ ଅର୍ଥ ବାଧକ ସାଜିଛି। ହେଲେ ତାକୁ ବି ସେ ଖାତିର କରିନାହାନ୍ତି। ନିଜର ଲକ୍ଷ୍ୟ ହାସଲ କରିବାକୁ ସେ ନିରନ୍ତର ଉଦ୍ୟମ ଜାରି ରଖିଥିଲେ। ସବୁ ପ୍ରତିକୂଳ ପରିସ୍ଥିତିରେ ସେ ହାରି ଯାଇନଥିଲେ।