ଘର ନିର୍ମାଣ କରିବାକୁ ଯାଇ ଗାଁରୁ ବାସନ୍ଦ ହେଲେ ଗୌରାଙ୍ଗ

କଟକ: କଟକ ଜିଲ୍ଲା ବାଙ୍କୀ ବ୍ଲକ ତାଳବସ୍ତା ପଞ୍ଚାୟତରେ କଙ୍ଗାରୁ କୋର୍ଟ। ତାଳବସ୍ତ ମୌଜାର ଗୌରାଙ୍ଗ ସାହୁଙ୍କ ସମେତ ତିନି ଭାଇ ପୈତୃକ ଜାଗାରେ ବସବାସ କରି ରହୁଥିଲେ। ପରିବାର ବଢିବାରୁ ସେମାନେ ଘର ତିଆରି ଲାଗି ଉଦ୍ୟମ କରିବାରୁ ସରପଞ୍ଚ ଓ କିଛି ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଗୌରାଙ୍ଗ ଯେଉଁ ସ୍ଥାନରେ ଘର ନିର୍ମାଣ ଲାଗି ଯୋଜନା କରିଛନ୍ତି ତାହା ତାଙ୍କ ପୈତୃକ ସଂପତ୍ତି। ସେହି ସ୍ଥାନରେ ହାଇସ୍କୁଲ ଥିବାରୁ ତାହାକୁ ଖେଳ ପଡିଆ ଭାବେ ବ୍ୟବହାର କରାଯିବ ବୋଲି ଗ୍ରାମବାସୀ କହିଛନ୍ତି।

କେବଳ ଏତିକି ନୁହେଁ ସେହି ଜାଗାରେ ମାଟି ପକାଇ ମନରେଗା ଯୋଜନାରେ କାମ ହୋଇଥିବା ଗୌରାଙ୍ଗ ଅଭିଯୋଗ କରିଛନ୍ତି।  ଏହାକୁ ବିରୋଧ କରିବାରୁ ଗତବର୍ଷ ଡିସେମ୍ବର ମାସରୁ ଗୌରାଙ୍ଗଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଗୌରାଙ୍ଗ ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ବାଙ୍କୀ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଘଟଣା ସଂପର୍କରେ ଖବର ପାଇବା ପରେ ଏହାର ଅନୁସନ୍ଧାନ କରାଯାଇ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ଏ ସଂକ୍ରାନ୍ତରେ ଆମେ ଏକ ଅଭିଯୋଗ ପାଇଛୁ। ତଦନ୍ତ କରିବା ପାଇଁ ଆମେ ତହସିଲଦାରଙ୍କୁ କହିଛୁ।  କଣ ତାଙ୍କର ଅସୁବିଧା ଅଛି, ତାହା ତଦନ୍ତ କରିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। 
-ରଞ୍ଜନ ଜେନା, ଉପଜିଲ୍ଲାପାଳ
You might also like