ପୁଅର ଜୀବନ ବଞ୍ଚାଇବାକୁ ଯାଇ ପୂରା ପରିବାର କଲେ ସଂଘର୍ଷ

ବ୍ରହ୍ମପୁର: ଛୋଟ ପୁଅର ଜୀବନ ବଞ୍ଚାଇବା ପାଇଁ ନଦୀର ପ୍ରଖର ସ୍ରୋତ ମଧ୍ୟରେ ସଂଘର୍ଷ। ପିଲାର ଦେହ ଅସୁସ୍ଥ ହେବାରୁ ଔଷଧ ଆଣିବା ପାଇଁ ପ୍ରଖର ସ୍ରୋତ ମଧ୍ୟରେ ପୁରା ପରିବାର ଏବଂ ସମ୍ପର୍କୀୟ ଉଛୁଳା ନଦୀ ପାର ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳରେ।

ଲଘୁଚାପ ଜନିତ ବର୍ଷା ଯୋଗୁ ପାତ୍ରପୁର ବ୍ଲକର ପ୍ରାୟ ୫୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଦୀ ସୁଅ ଯୋଗୁ ୪ଟି ଗାଁ ବାବନସାହି, ବାଲିଗାଁ, ରାଇଗଡ଼, ତାବୁଡ଼ିଆର ଲୋକେ କିଛି ଦିନ ହେବ ପାଣିଘେରରେ ରହିଛନ୍ତି।

ଏହି ସବୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଫଳରେ ମହେନ୍ଦ୍ରାତନୟା ନଦୀ ଆରପାରିରେ ଲୋକେ ରହିଥିବା ବେଳେ ବାହାରକୁ ବାହାରି ପାରୁନାହାନ୍ତି। ଏମିତିକି କିଛି ଲୋକେ ଭୋକ ଉପବାସରେ ରହୁଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ

You might also like