ଶ୍ୱଶୁର କହିଲେ ‘ବୋହୂର ମୃତ୍ୟୁ କେମିତି ହେଲା ମୁଁ ଜାଣିନି’

ଅନୁଗୁଳ: ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁରୁ।

ଅଭିଯୋଗ ଅନୁସାରେ, ବଲରାମପ୍ରସାଦ ଗାଁର ଗୋକୁଳାନନ୍ଦ ବାରିକଙ୍କ ପୁଅ ସତ୍ୟାନନ୍ଦଙ୍କ ସହିତ କଙ୍କରେଇ ଗାଁର ବାନାମ୍ବର ବାରିକଙ୍କ ଝିଅ ସୌମ୍ୟସ୍ମିତାଙ୍କ ବିବାହ ୨୦୧୬ ମସିହା ଏପ୍ରିଲ ୨୬ ତାରିଖରେ ହୋଇଥିଲା।

ବିବାହ ସମୟରେ ଦାବି ମୁତାବକ ଯୌତୁକ ପ୍ରଦାନ କରାଯାଇଥିଲା ମାତ୍ର ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବି କରି ଶ୍ୱଶୁର ଘରଲୋକେ ସୌମ୍ୟସ୍ମିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଆଉ ରବିବାର ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସୌମ୍ୟସ୍ମିତାଙ୍କ ପରିବାର ନାଲକୋ ଥାନାରେ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ବୋହୂର କିଭଳି ମୃତ୍ୟୁ ହୋଇଛି ଜାଣି ନଥିବା କହିଛନ୍ତି ସୌମ୍ୟସ୍ମିତାଙ୍କ ଶଶ୍ୱୁର। ସେପଟେ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ନାଲକୋ ପୁଲିସ।

 

You might also like