ଯୌତୁକ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଆଠଗଡ଼: ଯୌତୁକ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶାଶୂଘର ଲୋକଙ୍କ ସହ ଗାଁର କିଛି ଲୋକ ମିଶି ବୋହୂକୁ ମାଡ଼ ମାରିଥିବା ପୋଲିସ୍‌ କହିଛି।

ଆଠଗଡ଼ ଉପଖଣ୍ଡ କାନପୁର ଥାନା ସିଆରିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସିଆରିଆ ଗାଁର ମଧୁସ୍ମିତା ରାଉତଙ୍କୁ ତାଙ୍କ ଶାଶୂଘର ଲୋକେ ଅଧିକ ଯୌତୁକ ଦାବି କରି ଏଭଳି ନିର୍ଯାତନା ଦେଇଛନ୍ତି। ଏଥିସହ ତାଙ୍କୁ ଗାଁ କୋଠଘରେ ତାଲା ପକାଇ ରଖିବା ଅଭିଯୋଗ ହୋଇଛି।

ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳା ଓ ତାଙ୍କ ୬ ବର୍ଷର ଝିଅକୁ ଉକ୍ତ ବନ୍ଦ କୋଠଘରୁ ଉଦ୍ଧାର କରିଛି। ସେମାନଙ୍କୁ ଆଠଗଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଏନେଇ କାନପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ଘଟଣାର ତଦନ୍ତ ଚାଲିଥିବାବେଳେ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

You might also like