‘ଡବଲ ଇଞ୍ଜିନର ସରକାର ହେଲେ ଦ୍ରୁତ ବିକାଶ ହେବ’ : ଜୟନ୍ତ ସିହ୍ନା

ଭୁବନେଶ୍ୱର : ଡବଲ ଇଞ୍ଜିନର ସରକାର ହେଲେ ଦେଶ ଓ ରାଜ୍ୟର ଦ୍ରୁତ ବିକାଶ ହେବ। ସାଧାରଣ ଜନତାଙ୍କୁ ଶାସନ ବ୍ୟବସ୍ଥାରୁ ଅଧିକ ଫାଇଦା ମିଳିବ। ଓଡିଶା ଗସ୍ତରେ ଆସିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା।

ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ସିହ୍ନା କହିଛନ୍ତି ଯେତେବେଳେ ଉଭୟ ଦେଶ ଓ ରାଜ୍ୟରେ ଗୋଟିଏ ଦଳର ସରକାର ଚାଲେ, ସେତେବେଳେ ଲୋକେ ଶାସନ ଓ ପ୍ରଶାସନ ଠାରୁ ଅଧିକ ସୁବିଧା ପାଆନ୍ତି। ତା ସହ ବିକାଶର ଗତି ମଧ୍ୟ କ୍ଷୀପ୍ର ହୁଏ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଏ ସମ୍ପର୍କରେ ନିଜ ରାଜ୍ୟ ଝାଡ଼ଖଣ୍ଡର ଉଦାହରଣ ଦେଇ ସେଠାରେ ବିଜେପି ସରକାରଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ସିହ୍ନା। ତେଣୁ ଓଡ଼ିଶା ଲୋକେ ବି ସମାନ ଫଣ୍ଡା ଆପଣାଇବାକୁ ସିହ୍ନା ତାଙ୍କ ଅଭିଭାଷଣରେ ଆହ୍ୱାନ ଦେଇଥିଲେ।

You might also like