• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ରହିବା ବାଧ୍ୟତାମୂଳକ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ହେଲ୍ପ ଡେସ୍କଗୁଡ଼ିକ ସପ୍ତାହ ସାରା ୨୪ ଘଣ୍ଟା କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି । ସବୁ ହେଲ୍ପ ଡେସ୍କରେ ରହିବ ଟୋଲ୍ ଫ୍ରି ନମ୍ବର । ହେଲ୍ପ ଡେସ୍କର ସୁପରିଚାଳନା ପାଇଁ ସ୍ୱେଚ୍ଛାସେବୀଙ୍କ ସହାୟତା ନିଆଯିବ ବୋଲି କୁହାଯାଇଛି ।

ତେବେ ସବୁଠାରୁ ବଡ଼ କଥା ହେଲା ହେଲ୍ପ ଡେସ୍କ କାର୍ଯ୍ୟରେ ଯଦି ରୋଗୀଙ୍କ ସଂପର୍କୀୟ ଅସନ୍ତୋଷ ପ୍ରକାଶ କଲେ । ତେବେ ଉକ୍ତ ହସ୍ପିଟାଲ ବିରୋଧରେ  ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ପଡ଼ିଲେ ସଂପୃକ୍ତ ହସ୍ପିଟାଲର ପ୍ରାପ୍ୟ ଅର୍ଥ ରାଶିକୁ ମଧ୍ୟ ଅଟକାଯିବ । ଏସଂପର୍କିତ ଅଭିଯୋଗର ବିଚାର କରିବ ଏକ ବୈଷୟିକ କମିଟି ।

ସେହିଭଳି ଏଣିକି କୋଭିଡ ହସ୍ପିଟାଲରେ ସିସିଟିଭି ବ୍ୟବସ୍ଥା ଆରମ୍ଭ ହେବ । ଏନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ରୋଗୀଙ୍କ ସଂପର୍କୀୟ ଚାହିଁଲେ ସିଧାସଳଖ ରୋଗୀଙ୍କୁ ଦେଖି ପାରିବେ । ସିସିଟିଭି ପାଇଁ ସ୍ୱତନ୍ତ୍ର କନଫରେନ୍ସ ହଲର ବ୍ୟବସ୍ଥା କରାଯିବ । ହେଲ୍ପ ଡେସ୍କରେ ମଧ୍ୟ ରହିବ ସୋସିଆଲ ମିଡିଆର ବ୍ୟବସ୍ଥା । ସଂପର୍କୀୟ ଚାହିଁଲେ ରୋଗୀଙ୍କ ଫଟୋଚିତ୍ର ଦେଖିବା ସହ କଥା ମଧ୍ୟ ହୋଇପାରିବେ । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରତିଦିନ ସଂପର୍କୀୟଙ୍କୁ ଅପଡେଟ୍ କରାଯିବ । SMS କିମ୍ବା ସୋସିଆଲ ମିଡିଆ  ସାହାର୍ଯ୍ୟରେ ଅପଡେଟ୍ ଦିଆଯିବ ।

ଅନ୍ୟପଟେ ରାଜ୍ୟରେ କୋଭିଡ୍ ଆକ୍ରାନ୍ତ ଶିଶୁଙ୍କୁ ପର୍ଯ୍ୟବେକ୍ଷଣ ଲାଗି ଏକ କମିଟି ଗଠନ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠନ କରାଯାଇଛି ଏହି କମିଟି । DMETଙ୍କ ଅଧ୍ୟକ୍ଷତାରେ ଏହି ୮ ଜଣିଆ କମିଟି ଗଠନ ହୋଇଛି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଏହି କମିଟିର ସଦସ୍ୟ ଆବାହକ ରହିବେ । ଶିଶୁଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ବଢୁଥିବାରୁ କମିଟି ତର୍ଜମା କରିବ ।

ସେପଟେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ କୋଭିଡ ସୁରକ୍ଷା ଲାଗି ମଧ୍ୟ କମିଟି ଗଠନ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ୧୨ ଜଣିଆ କମିଟି ଗଠନ ହୋଇଛି । ଏହି କମିଟି ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ହେଉଥିବା ଟିକାକରଣର ତଦାରଖ କରିବ । ସ୍ୱାସ୍ଥ୍ୟ ବିଭାଗ ପରାମର୍ଶଦାତା ଶ୍ରୀନାଥ ରେଡ୍ଡୀ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ।

A-dedicated-conference-room-may-be-set-up-outside-covid19-hospital
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories