• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : କିଭଳି କରିବେ ଆତଙ୍କବାଦୀ ଆକ୍ରମଣର ମୁକାବିଲା। ଆତଙ୍କବାଦୀଙ୍କ ହମ୍‌ଲା ହେଲେ କେମିତି ଏହାକୁ ପ୍ରତିହତ କରିବେ ସୁରକ୍ଷା କର୍ମୀ। ଏନେଇ ରାଜଧାନୀର ସପିଂ ମଲରେ ହୋଇଛି ମକଡ୍ରିଲ୍।

ଟାସ୍କଫୋର୍ସ, ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ, ଏନ୍‌ଡିଆରଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗର ବହୁ ଅଧିକାରୀ ଏହି ମକ୍‌ ଡ୍ରିଲରେ ସାମିଲ ହୋଇଥିଲେ। ପ୍ରଥମେ ମଲ୍ ବାହାରେ ଏକ ବୋମା ବ୍ଲାଷ୍ଟ ହୋଇଥିଲା। ସୂଚନା ପାଇ ସଙ୍ଗେସଙ୍ଗେ ମଲ୍‌ରେ ପହଞ୍ଚିଥିଲା ଟାକ୍ସଫୋର୍ସ ସହ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ, ପୁଲିସ ସହ ଅନ୍ୟ ସମସ୍ତ ବିଭାଗ।

ଏହାପରେ ଆରମ୍ଭ ହୋଇଥିଲା ମିଶନ। ସତର୍କତା ମୂଳକ ଭାବେ ଆଣ୍ଟି ଟେରରିଷ୍ଟ ଫୋର୍ସ ମଲ୍ ଭିତରକୁ ପ୍ରବେଶ କରିଥିବାବେଳେ, ଦୁଇଜଣ ଆତଙ୍କବାଦୀଙ୍କୁ କାବୁ କରିଥିଲେ। ପରେ ବୋମା ନିଷ୍କ୍ରୟ ଟିମ୍ ଆସି ଗୋଟିଏ ବୋମା ଥିବା ପେଟିକୁ ଜବତ କରିବା ସହ ପରେ ବୋମା ନିଷ୍କ୍ରୟ କରିଥିଲା। ଖାଲି ସେତିକି ନୁହେଁ ମକ୍ ଡ୍ରିଲ୍‌ରେ ଆତଙ୍କବାଦୀ ଆକ୍ରମଣ ସମୟରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ କିଭଳି ଉଦ୍ଧାର କରାଯିବ ସେନେଇ ମଧ୍ୟ ଅଗ୍ନିଶମ ବିଭାଗ ତରଫରୁ ମକ୍‌ଡ୍ରିଲ୍ କରାଯାଇଥିଲା।  ଏହାସହ ଡ୍ରୋନ୍ ସାହାଯ୍ୟରେ ପୁରା ଏରିଆକୁ ଛାନ୍‌ଭିନ୍ କରାଯାଇଥିଲା।

ବିଶେଷକରି ଆତଙ୍କବାଦୀ ମାନେ ମଲଗୁଡିକୁ ଟାର୍ଗେଟ କରିବାର ଆଶଙ୍କା ରହିଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ଏନ୍‌ଡିଆର୍‌ଏଫ୍‌ ଓ ଫାୟର ଅଫିସର କହିଛନ୍ତି।  ଭୁବନେଶ୍ୱର ଏସ୍‌ପ୍ଲାନେଟ ମଲ୍‌ରେ ଏଭଳି ଦ୍ୱିତୀୟ ଥର ପାଇଁ ମକ୍‌ଡ୍ରିଲ୍ କରାଯାଇଥିବା କର୍ମଚାରୀ କହିଛନ୍ତି।

A-counter-terror-mock-drill-was-conducted-at-bhubaneswars-largest-esplanade-mall-in-rasulgarh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories