ସରକାରୀ କ୍ୱାର୍ଟର୍ସରୁ ମିଳିଲା ଠିକା ପିଅନଙ୍କ ଝୁଲନ୍ତା ମୃତଦେହ

ଢେଙ୍କାନାଳ: ସରକାରୀ କ୍ୱାର୍ଟର୍ସରୁ ଜଣେ ଠିକା ପିଅନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ସୂର୍ଯ୍ୟକାନ୍ତ ସ୍ୱାଇଁ। ଢେଙ୍କାନାଳ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ବେକରେ ଗାମୁଛା ବନ୍ଧା ହୋଇଥିବା ଅବସ୍ଥାରେ ଝରକା ରେଲିଂରୁ ସୂର୍ଯ୍ୟକାନ୍ତଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଥିଲା।

ଜିଲ୍ଲା ଯୋଜନା କାର୍ଯ୍ୟାଳୟର ଠିକା ପିଅନ ଥିଲେ ସୂର୍ଯ୍ୟକାନ୍ତ। ବାପାଙ୍କ ମୃତ୍ୟୁ ପରେ ସେ ପିଅନ ଭାବେ ଠିକା ନିଯୁକ୍ତି ପାଇଥିଲେ। ଗତ ମାର୍ଚ୍ଚ ମାସରେ ତାଙ୍କୁ ଚାକିରିରୁ ଛଟେଇ କରାଯାଇଥିଲା। ସେବେଠୁ ସେ ଡିପ୍ରେସନରେ ରହୁଥିଲେ। ତେଣୁ ଚାକିରି ଚାଲିଯିବାରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସୂର୍ଯ୍ୟକାନ୍ତଙ୍କ ପତ୍ନୀ କହିଛନ୍ତି।

ତେବେ ମୃତଦେହ ତଳେ ଲାଗି ଥିବାରୁ ମୃତ୍ୟୁର କାରଣକୁ ନେଇ ଭିନ୍ନଚର୍ଚ୍ଚା ହେଉଛି ଓ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।

You might also like