ପାର୍ସଲ ପେଟିରୁ ବାହାରିଲା ନାଗସାପ

ରାଇରଙ୍ଗପୁର (ରାଜେଶ ଶର୍ମା) : ପାର୍ସଲ ପେଟିରୁ ବାହାରିଲା ନାଗସାପ। ଏମିତି ଏକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ। ସ୍ଥାନୀୟ ୱାର୍ଡ ନମ୍ବର ୫ରେ ଜଣଙ୍କ ଘରକୁ ଭଡ଼ାସୂତ୍ରରେ ନେଇଥିଲେ L&T କମ୍ପାନୀ।

ଗତକାଲି ଏକ ଟ୍ରକ୍‌ରେ ହାଇଦ୍ରାବାଦରୁ ମଗାଯାଇଥିବା କିଛି ଜିଣିଷପତ୍ର ଆସି ପହଂଚିଥିଲା। ତେବେ ସେଥି ମଧ୍ୟରୁ ଏକ ପେଟିରେ ନାଗ ସାପ ପଶିଥିବା ଦେଖିବାକୁ ପାଇଥିଲେ କର୍ମଚାରୀ। ଏହା ପରେ ବନ ବିଭାଗକୁ ଖବର ଦେଇଥିଲେ।

ବନବିଭାଗ କର୍ମଚାରୀ ସାପକୁ ଉଦ୍ଧାର କରି ତାକୁ ନିକଟସ୍ଥ କୁଚେଇବୁଢୀ ସଂରକ୍ଷିତ ଜଙ୍ଗଲରେ ଛାଡିଥିଲେ।

You might also like