• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚମ୍ପୂଆ: ମଶାଣିରେ ମୃତକଙ୍କ ମୁହଁ ଦେଖାଇବାକୁ ୫ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗ । ଲାଞ୍ଚ ମାଗୁଛନ୍ତି ଅନ୍ତିମ ସଂସ୍କାର କରୁଥିବା କର୍ମଚାରୀ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳର ଏନେଇ ଏକ ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ, ଚମ୍ପୁଆ ବ୍ଲକ୍‌ କାଳିକାପ୍ରସାଦ ପଞ୍ଚାୟତ କୃଷ୍ଣପୁର ଅଞ୍ଚଳର ଜଣେ ମହିଳା ଅସୁସ୍ଥ ହେବା ପରେ ତାଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ରାଙ୍କି କୋଭିଡ୍ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସଂପୃକ୍ତ ମହିଳାଙ୍କର ମୃତ୍ୟୁ ହୋଇଥିଲା । ପରେ ଦାହ ସଂସ୍କାର ପାଇଁ ଅଣାଯାଇଥିଲା ମଶାଣିକୁ । ସେଠାରେ ପହଞ୍ଚିଥିଲେ ମୃତ ମହିଳାଙ୍କର ଆତ୍ମୀୟ ସ୍ୱଜନ ।

ଏହି ସମୟରେ ଅନ୍ତିମ ସଂସ୍କାର କରୁଥିବା ଜଣେ କର୍ମଚାରୀ ମୃତ ମହିଳାଙ୍କର ମୁହଁ ଦେଖାଇବାକୁ ତାଙ୍କ ପୁଅଙ୍କୁ ୫ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ସେହି ମୋବାଇଲ୍ ଭିଡ଼ିଓରେ କର୍ମଚାରୀ ଜଣକ ଫଟୋ ଉଠାଇବାକୁ ବି ମନା କରୁଛନ୍ତି । କିନ୍ତୁ ମୃତକଙ୍କ ସମ୍ପର୍କୀୟ ନମାନିବାରୁ ଏହାକୁ ନେଇ ଯୁକ୍ତିତର୍କ ପରେ କର୍ମଚାରୀ ଜଣକ ୧୦ ହଜାର କିମ୍ବା ଲକ୍ଷେ ଟଙ୍କା ଦେଲେ ବି ମୃତଦେହ ଦେଖାଇ ଦିଆଯିବନି ବୋଲି ସଫା ସଫା ମନା କରିଦେଉଛନ୍ତି ।

ତେବେ ଏହି ଭିଡିଓଟି ଭାଇରାଲ ହେବା ପରେ ସିଦ୍ଧେଶ୍ୱର ନାୟକ ନାମକ ଜଣେ କର୍ମଚାରୀ କହିଛନ୍ତି, ମୃତକଙ୍କ ପରିବାର ଲୋକ ଜବରଦସ୍ତ କରିବାରୁ ସେ ବିରକ୍ତି ଭାବରେ ଏମିତି କଥା ଛଳରେ କହିଥିଲେ । ତାଙ୍କର ସେଭଳି କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଏନେଇ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଅଭିଯୋଗକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

A-bribe-of-rs-5000-to-show-the-face-of-the-dead-body-who-died-in-corona
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories