ଏମ୍ସକୁ ସ୍ଥାନାନ୍ତର ହେଲେ ୩ ଗୋଡ଼ ଥିବା ବାଳକ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତର ହେଲେ ୩ ଟି ଗୋଡ଼ ଥିବା ବାଲେଶ୍ୱରର ବାଳକ ସୁଦାମ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ପ୍ରାୟ ମାସେ ଧରି ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସାଧୀନ ଥିବା ସୁଦାମକୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି ।

ବାଲେଶ୍ୱର ଔପଦା ବ୍ଲକ୍ ବଡ଼ପୋଖରୀ ଗାଁର ମଧୁସୁଦନ ବେହେରାଙ୍କ ୧୧ ବର୍ଷର ପୁଅ ସୁଦାମର ତିନିଟି ଗୋଡ଼ ରହିଛି। ଜନ୍ମରୁ ତାଙ୍କର ଏମିତି ଅବସ୍ଥା। ବିଭିନ୍ନ ସମସ୍ୟାର ସାମ୍ନା କରୁଥିବା ସୁଦାମ ମାନସିକ ଭାବେ ମଧ୍ୟ ଅନଗ୍ରସର।

ସୁଦାମଙ୍କ ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ସ୍ୱଚ୍ଛଳ ନୁହେଁ। ଅର୍ଥ ଅଭାବରୁ ପରିବାର ଲୋକେ ତାଙ୍କର ଚିକିତ୍ସା କରି କରିପାରୁନଥିଲେ। ସୋଶାଲ ମିଡିଆରେ ଏନେଇ ଖବର ପ୍ରସାରଣ ପରେ କିଛି ସ୍ୱେଚ୍ଛାସେବୀ ସୁଦାମଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ଏହାପରେ ପିଲାଟି କିପରି ଉପଯୁକ୍ତ ଚିକିତ୍ସା ପାଇବ, ସେ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଉଦ୍ୟମ ଆରମ୍ଭ କରିଥିଲେ।

You might also like