ପ୍ରେମ ପାଇଁ ବିଷ ପିଇଲେ !

ମୟୂରଭଞ୍ଜ: ତିରିଂ ଥାନା ହେସେଲଡିହ ଗାଁ ନିକଟ ଜଙ୍ଗଲରୁ ଆଜି ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ୍ ଏହି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି।

ମୃତ ଯୁବକ ହେଲେ ବାଙ୍କୀ ସାହିର ୨୨ ବର୍ଷୀୟ ଯୁବକ ଲକ୍ଷ୍ମଣ ସୋରେନ୍ ଏବଂ ସାତଡିହି ଗାଁର ୨୦ ବର୍ଷୀୟ ଯୁବତୀ ଫୁଲ ମୁର୍ମୁ।  ମୃତଦେହ ନିକଟରେ ସିନ୍ଦୁର ଓ ବିଷ ଥିବା ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି।

ଘଟଣାର ତଦନ୍ତ ଚାଲିଥିବାବେଳେ ପ୍ରେମଜନିତ କାରଣରୁ ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ତିରିଂ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

You might also like