ଘର ଉପରେ ପଡ଼ିଲା ବିରାଟ ଗଛ, ଚାପିହୋଇ ରହିଗଲେ ଲୋକେ

ଫୁଲବାଣୀ: ଘର ଉପରେ ପଡ଼ିଲା ବିରାଟକାୟ ଗଛ। ଗଛ ପଡ଼ିଯିବାରୁ ଚାପି ହୋଇରହିଛନ୍ତି ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ସହରର ପିଅନପଡା ଛକରେ। ଏହି ଛକରେ ଥିବା ଏକ ବଡ଼ ଗଛ ରହିଥିଲା। ଏହି ଗଛ ନିକଟରେ ଏକ ଆଜବେଷ୍ଟସ ଘର ରହିଥିଲା।  ଗଛଟି ଘର ଉପରେ ପଡ଼ିଯିବାରୁ ଘର ଲୋକ ଗଛ ତଳେ ଚାପି ହୋଇ ରହିଛନ୍ତି।

ସ୍ଥାନୀୟ ଲୋକ ଘର ଭିତରୁ ଗୋଟିଏ ଶିଶୁ ଏବଂ ମହିଳାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଗଛ ତଳେ ଚାପି ହୋଇ ଜଣେ ବୃଦ୍ଧା ରହିଯାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି  ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ମେଡିକାଲକୁ ପଠାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି।

You might also like