ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର

ବଲାଙ୍ଗିର: ଜଙ୍ଗଲଭିତରୁ ଏକ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ସାଲେପାଲି ଜଙ୍ଗଲ ଭିତରେ ଏହି ଶିଶୁକନ୍ୟାଟି ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ।

ଘଟଣା ସମ୍ପର୍କରେ ସ୍ଥାନୀୟ ଆଶାକର୍ମୀଙ୍କୁ ଖବର ଦିଆଯାଇଥିଲା। ପରେ ଆଶା କର୍ମୀ ପଙ୍କଜିନୀ ମେହେର ଜଙ୍ଗଲକୁ ଯାଇ ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁକନ୍ୟାଟିର ସମ୍ପୂର୍ଣ୍ଣ ଶରୀରରେ ପିମ୍ପୁଡି ଲାଗିଯାଇଥିବା ବେଳେ ତାକୁ ସଫା କରି ପାଟଣାଗଡ଼ ଡାକ୍ତରଖାନାରେ ଆଶାକର୍ମୀ ଭର୍ତ୍ତି କରିଥିଲେ। ଏବେ ଶିଶୁଟି ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।

You might also like