କରୋନା ଯୋଦ୍ଧା ସୀତାକାନ୍ତ, ଯାହାଙ୍କ ପାଇଁ ସେବା ଆଗ, ଜୀବନ ପଛ

ବାଲେଶ୍ୱର: କରୋନା ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। କାହାକୁ ଛୁଇଁଦେଲେ, କିଏ ଛିଙ୍କି ଦେଲେ ଚାଲି ଆସିବ କରୋନା ଭାଇରସ-ଏମିତି ଭୟ ସମସ୍ତଙ୍କ ମନରେ ରହିଛି। ହେଲେ ସ୍ୱାସ୍ଥ୍ୟ ବିଭାଗର ସେଇ କର୍ମଚାରୀମାନଙ୍କୁ ଧନ୍ୟବାଦ ଯେଉଁମାନେ  ନିଜ ଜୀବନକୁ ବିପନ୍ନ କରି କରୋନା ରୋଗୀଙ୍କ ସେବା କରୁଛନ୍ତି। ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଯଦି କିଏ ଜୀବନକୁ ସଙ୍କଟରେ ପକାଇ କରୋନା ଯୁଦ୍ଧ ଲଢୁଥାଏ ତେବେ ସେ ହେଉଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର।

ବାଲେଶ୍ୱରରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ପଶ୍ଚିମବଙ୍ଗ ଫେରନ୍ତା ଏବେ ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛନ୍ତି। ଏପରି ପରିସ୍ଥିତିରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହେଲେ ସବୁ ଭୟ, ଆଶଙ୍କାକୁ ଫିଙ୍ଗି ଦେଇ କରୋନା ବିରୋଧରେ ଲଢିବା ପାଇଁ ଆଗେଇ ଆସିଛନ୍ତି  ବାଲେଶ୍ୱର ମେଡିକାଲର ଏଇ ଆମ୍ବୁଲାନ୍ସ ଡ୍ରାଇଭର। କରୋନା ରୋଗୀଙ୍କୁ ଗାଡିରେ  ଡାକ୍ତରଖାନା ନେଉଛନ୍ତି। ହେଲେ  କରୋନା ପ୍ରତି ତାଙ୍କ ମନରେ ଭୟ ନାହିଁ, ଆଶଙ୍କା ନାହିଁ କି ଅନୁଶୋଚନା ନାହିଁ।

ଆମ୍ବୁଲାନ୍ସ ଡ୍ରାଇଭର ସୀତାକାନ୍ତ ବେହେରା । ସକାଳ ହେଲେ କରୋନା ଡ୍ରେସ, ଜୋତା, ମାସ୍କ, ଗ୍ଲୋବ୍ସ ପିନ୍ଧି ପ୍ରସ୍ତୁତ ହୋଇ ରହିଥାନ୍ତି। କେଉଁ ମୁହୂର୍ତ୍ତରେ କରୋନା ରୋଗୀଙ୍କୁ ନେଇ ଯିବାକୁ ପଡ଼ିପାରେ। ଲୋକେ କରୋନାକୁ ନେଇ ବାହାରକୁ ବାହାରୁ ନ ଥିବାବେଳେ ସେ କେମିତି ଏତେ ବଡ ବିପତ୍ତିକୁ ଡାକି ଆଣୁଛନ୍ତି ବୋଲି ପଚାରିବାରୁ ଉତ୍ତର ଦେଇଥିଲେ ଠିକ୍‌ ଜଣେ ଯୋଦ୍ଧା ପରି ।

ସୀମାରେ ଯବାନମାନେ ଶତ୍ରୁଙ୍କ ସହ ଲଢୁଛନ୍ତି। ଗୁଳି ଖାଉଛନ୍ତି। ଆମେ ବି ଯୋଦ୍ଧା। କରୋନା ବିରୋଧରେ ଲଢୁଛୁ। କିନ୍ତୁ ଆମେ ସେମାନଙ୍କଠାରୁ ସୁରକ୍ଷିତ। କାରଣ ଆମେ ଗୁଳି ଖାଉନୁ। ସବୁ ପ୍ରକାର ପ୍ରତିକାର ସହ ଲଢୁଛୁ। ଆମେ ଲୋକଙ୍କ ପାଇଁ କାମ କରୁଛୁ। ଯାହା ହେବାର ଥିବ ହେବ। ରୋଗକୁ ଡରି ଆମେ ତ ଆଉ ସେବା ବନ୍ଦ କରି ପାରିବୁ ନାହିଁ।

ପ୍ରକୃତରେ ସୀତାକାନ୍ତଙ୍କ ଉତ୍ସାହ, ସେବା ମନୋବୃତ୍ତି ଅତୁଳନୀୟ, ପ୍ରଶଂସାଯୋଗ୍ୟ ।

 

ଆହୁରି ପଢ଼ନ୍ତୁ

ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍

ଅକ୍ଟୋବର ୪ରେ ଖୋଲିବ ନନ୍ଦନକାନନ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

You might also like