କଟକ ସହରରେ ଜଣେ ACPଙ୍କୁ କରୋନା

କଟକ: କଟକ ସହରରେ ଜଣେ ଆସିଷ୍ଟାଣ୍ଟ୍‌ କମିଶନର ଅଫ୍‌ ପୋଲିସ୍ ‌(ACP) ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମ୍ପୃକ୍ତ ACP କରୋନା ପଜିଟିଭ ଚିହ୍ନଟ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

କରୋନାରେ ଆକ୍ରାନ୍ତ ହୋଇଥିବା ACP ଏବେ ହୋମ୍ କ୍ୱାରେଣ୍ଟିନ୍‌ରେ ଅଛନ୍ତି। ତେବେ ସମ୍ପୃକ୍ତ ACPଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ମିଳିଛି।

ସୂଚନାଥାଉ କି, ଗତକାଲି କଟକ ସହରରୁ ୧୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୨୮ରେ ପହଞ୍ଚିଛି। ସେଥିମଧ୍ୟରୁ ୧,୭୨୭ ଜଣ ସୁସ୍ଥ ହୋଇଥିବାବେଳେ ୧,୦୮୭ ଜଣ ଚିକିତ୍ସାଧୀନ ଅଛନ୍ତି। ୧୪ଜଣଙ୍କ ମୃତ୍ୟୁ ଘଟିଛି।

You might also like