ପରିଣତ ବୟସରେ ବି ଯାଇନି ଶିକ୍ଷାଦାନର ନିଶା

ଶିକ୍ଷା ମନ୍ଦିରର ନିତ୍ୟ ପୂଜାରୀ ନୀଳଗିରିର ତ୍ରିଲୋଚନ ସାର୍, ଯୁବପିଢିଙ୍କ ପାଇଁ ସାଜିଛନ୍ତି ଆଦର୍ଶ

ନୀଳଗିରି  : ସମାଜରେ ଶିକ୍ଷା ଦ୍ୱାରା ହିଁ ମିଳିଥାଏ ବାସ୍ତବ ସ୍ୱାଧୀନତା। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ସରକାର ପୁରା ଜୋସ୍‌ରେ ଲାଗିଛନ୍ତି ସତ, ହେଲେ ଶିକ୍ଷାନୁଷ୍ଠାନର କେତେକ ପୂଜାରୀ ଆଜି ବି ସେହି ସାଧନାରେ ନିମଗ୍ନ ଅଛନ୍ତି। ସେହିଭଳି ଜଣେ ଶିକ୍ଷାର ପୂଜାରୀ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳ ବାଲିଓରି ଗ୍ରାମର ତ୍ରିଲୋଚନ ସାହୁ।

୯୨ ବର୍ଷରେ ବି ଛାଡ଼ିନି ଶିକ୍ଷାଦାନର ନିଶା ପ୍ରତିଦିନ ସକାଳ ୯ଟା୩୦ ହେଲେ ବଙ୍କୁଲି ବାଡ଼ି ଧରି ଚାଲିଆସନ୍ତି ସ୍କୁଲ ବାରଣ୍ଡାକୁ। ପିଲାଙ୍କ ସାଙ୍ଗରେ ଭାବ ବିନିମୟ କରିବା ସହ କଳାପଟାରେ ଚକ ଖଡ଼ି ଧରି ଦେଇଥାନ୍ତି  ଶିକ୍ଷାଦାନ। ଖେଳ ଛୁଟିରେ ପିଲାଙ୍କୁ ମେଳିକରି ରାମାୟଣ ଓ ମହାଭାରତ ବଳି ପୌରାଣିକ କଥାବସ୍ତୁ ଶୁଣାଇଥାନ୍ତି।

୧୯୫୨ ମସିହାରେ ମାତ୍ର ଶହେ ଟଙ୍କା ପାରିଶ୍ରମିକରେ ସୁକିନ୍ଦା ଜଗନ୍ନାଥ ହାଇସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତ ପାଇଥିଲେ ତ୍ରିଲୋଚନ ସାର୍‌। ୧୯୮୭ ମସିହାରେ ଚାକିରିରୁ ଅବସର ନେଲେ, ହେଲେ  ଶିକ୍ଷାଦାନ କରିବାର ନିଶା ତାଙ୍କ ଠାରୁ ହଟିନଥିଲା। ନିଜ ପେନସନ ଟଙ୍କାରେ ବେସରକାରୀ ସ୍କୁଲ ନିର୍ମାଣ କରିବା ସହ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି।

ଶିକ୍ଷାର ମନ୍ଦିରର ଜଣେ ପ୍ରତିଷ୍ଠିତ ପୂଜାରୀ ଭାବେ ଅନେକ  IAS, OAS  ରାଜନେତାଙ୍କୁ ବି ଗଢିତୋଳିଛନ୍ତି ସେ।

You might also like